ନିର୍ବାଚନ କମିସନର ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥା : ମାମଲା ସମ୍ବିଧାନ ପୀଠକୁ ଗଲା

Advertisment
ଲୋକାୟୁକ୍ତ ନିଯୁକ୍ତି ମାମଲାରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ: ମୁଖ୍ୟସଚିବଙ୍କୁ ହାଜର ହୋଇ ସମୟସୀମା ଅବଗତ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ବିଚାରପତି ଚୟନ ପାଇଁ ଯେଭଳି କଲେଜିୟମ ବ୍ୟବସ୍ଥା ରହିଛି, ସେଭଳି ବ୍ୟବସ୍ଥା ଦେଶର ନିର୍ବାଚନ କମିସନର ଚୟନ ପାଇଁ କରାଯିବାକୁ ଦାବି କରି ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିବା ଜନସ୍ବାର୍ଥ ମାମଲା ଆଜି ସମ୍ବିଧାନ ପୀଠକୁ ପଠାଯାଇଛି। ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଏବଂ ବିଚାରପତି ଏସ୍‌ କେ କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଯୁକ୍ତିକୁ ଗ୍ରହଣ କରି କହିଛନ୍ତି ଯେ ମାମଲାର ନିଷ୍ପତ୍ତି ସମ୍ବିଧାନ ପୀଠ କରିବେ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କହିଛନ୍ତି, ମୁଖ୍ୟ ନିର୍ବାଚନ କମିସନର ତାଙ୍କ ପଦର ଦୁରୁପଯୋଗ କରିବା ନେଇ କୌଣସି ମାମଲା ସାମ୍ନାକୁ ଆସିନାହିଁ ଏବଂ ଏହି ପଦର ଗୌରବକୁ କାଏମ ରଖି ସମସ୍ତ ନିର୍ବାଚନ କମିସନର ସେମାନଙ୍କ ଦାୟିତ୍ବ ନିର୍ବାହ କରିଛନ୍ତି। ତେବେ ପ୍ରଶାନ୍ତ ଭୂଷଣ ଯୁକ୍ତି କରିଥିଲେ ଯେ ଦେଶର ନିର୍ବାଚନ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ରଖିବା ପାଇଁ କମିସନରଙ୍କ ନିଯୁକ୍ତି ନିମନ୍ତେ କଲେଜିୟମ ବ୍ୟବସ୍ଥା ଏବେ ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe