ଏଟିଏମ୍‌ରେ ଟଙ୍କା ନ ଥିବା ଅଭିଯୋଗ: ସରକାର କହିଲେ ତିନି ଦିନ ଭିତରେ ସମାଧାନ ହେବ

ଏଟିଏମ୍‌ରେ ଟଙ୍କା ନ ଥିବା ଅଭିଯୋଗ: ସରକାର କହିଲେ ତିନି ଦିନ ଭିତରେ ସମାଧାନ ହେବ

ନୂଆଦିଲ୍ଲୀ: ଦିଲ୍ଲୀର କେତେକ ଅଞ୍ଚଳ ସମେତ ହାଇଦ୍ରାବାଦ,ବାରାଣାସୀ,ବଡ଼ୋଦରା,ଭୋପାଳ ଓ ପାଟନା ଭଳି ସହରରେ ଏଟିଏମ୍‌ ଗୁଡ଼ିକରେ ଟଙ୍କା ନ ଥିବା ଯୋଗୁଁ ସେହି ଅଞ୍ଚଳର ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହା ଏକ ଅସ୍ଥାୟୀ ସମସ୍ୟା ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି।

ମଙ୍ଗଳବାର ସକାଳେ ଏଟିଏମ୍‌ ସାମ୍ନାରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା,କିନ୍ତୁ ଅଧିକାଂଶ ଏଟିଏମ୍‌ ମେସିନ୍‌ ଅସ୍ଥାୟୀରୂପେ ଅଚଳ ଥିବା ବା ଟଙ୍କା  ନଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଏଟିଏମ୍‌ରେ ଅର୍ଥ ଉଠାଇବା ଜନିତ ସମସ୍ୟାର ସମାଧାନ କରୁ ନ ଥିବା କୁହାଯାଉଛି। ଏଥିଲାଗି ଯେଉଁ ଗ୍ରାହକମାନେ ବିଶେଷଭାବେ ଏଟିଏମ୍‌ ଉପରେ ନିର୍ଭରଶୀଳ ସେମାନେ ଖୁବ୍‌ ଅସୁବିଧା ଭୋଗିଛନ୍ତି ବୋଲି ଜଣାଯାଇଛି।

publive-image photo-ndtv

ଅପରପକ୍ଷରେ କେନ୍ଦ୍ର ଅର୍ଥ ରାଜ୍ୟ ମନ୍ତ୍ରୀ ଏସ୍‌ ପି ଶୁକ୍ଳା କହିଛନ୍ତି ଯେ, ଆମ ପାଖରେ ୧,୨୫ ୦୦୦ କୋଟି ଟଙ୍କା ଏବେ ଅଛି। ତେବେ  କେଉଁ ରାଜ୍ୟରେ ଏହାର ପରିମାଣ କମ୍‌ ତ କେଉଁଠାରେ ଅଧିକ ବୋଲି ସେ କହିଛନ୍ତି। ସରକାର ବିଭିନ୍ନ ରାଜ୍ୟରେ ଏହି ଟଙ୍କାର ପରିମାଣରେ ତାରତମ୍ୟକୁ ଦୃଷ୍ଟିରେ ରଖି ଏକ କମିଟି ଗଠନ କରିଛନ୍ତି। ଠିକ୍‌ ସେହିପରି ରିଜର୍ଭ ବ୍ୟାଙ୍କ୍‌ ବି ଏକ କମିଟି ଗଠନ କରିଛନ୍ତି। ଏଣୁ ଏହି ସମସ୍ୟାର ସମାଧାନ ତିନି ଦିନ ଭିତରେ ହୋଇଯିବ ବୋଲି କେନ୍ଦ୍ର ଅର୍ଥ ରାଜ୍ୟ ମନ୍ତ୍ରୀ ଏସ୍‌ ପି ଶୁକ୍ଳା ଦୃଢ଼ୋକ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe