ଗରମରୁ ନିସ୍ତାର ପାଇବା ପାଇଁ ଜାପାନରେ ବିଲେଇ ଓ କୁକୁର ପିନ୍ଧୁଛନ୍ତି ପୋଷାକ-ପଙ୍ଖା

Advertisment
ଗରମରୁ ନିସ୍ତାର ପାଇବା ପାଇଁ ଜାପାନରେ ବିଲେଇ ଓ କୁକୁର ପିନ୍ଧୁଛନ୍ତି ପୋଷାକ-ପଙ୍ଖା

Image Courtesy of NDTV

ଟୋକିଓ: ଗ୍ରୀଷ୍ମକାଳର ଭୀଷଣ ଗରମରେ ପୋଷା ବିଲେଇ ଓ କୁକୁରମାନଙ୍କୁ ଆରାମ ଦେବା ଲାଗି ଟୋକିଓର ଗୋଟାଏ ପୋଷାକ ପ୍ରସ୍ତୁତିକାରୀ କମ୍ପାନି ପ୍ରାଣୀ ଚିକିତ୍ସକମାନଙ୍କ ସହଯୋଗରେ ପିନ୍ଧିହେଲା ଭଳି ପଙ୍ଖା ନିର୍ମାଣ କରିଛି।

ବ୍ୟାଟେରି ଚାଳିତ ୮୫ ଗ୍ରାମ୍‌ ଓଜନବିଶିଷ୍ଟ ଏହି ପଙ୍ଖାଟି ବିଲେଇ ଓ କୁକୁରଙ୍କୁ ପିନ୍ଧାଇ ଦିଆଯାଉଥିବା ଜାଲି ପୋଷାକରେ ଖଞ୍ଜାଯାଇଛି। ଏହି ପଙ୍ଖା ବୁଲିଲେ ପୋଷା ଜନ୍ତୁର ଦେହରେ ପବନ ବାଜେ। ଫଳରେ ଅତ୍ୟଧିକ ଗରମ ହେତୁ ସେମାନଙ୍କ ଦେହରୁ ରୁମ ଝଡ଼େନାହିଁ।

ମା ହେବାକୁ ଯାଉଥିବା ମହିଳାଙ୍କ ନିମନ୍ତେ ପୋଷାକ ପ୍ରସ୍ତୁତି କରୁଥିବା କମ୍ପାନି ‘ସୁଇଟ୍‌ ମମି’ର ଅଧ୍ୟକ୍ଷା ରେଇ ଉଜାୱା କହନ୍ତି, ଡହଡହ ଗରମରେ ସେ ଯେତେଥର ତାଙ୍କ ପାଳିତ ‘ଚିହୁଆହୁଆ’ କୁକୁରକୁ ବୁଲାଇ ନେଲେ ସେ ବିଚରା ନିଝାଲିଆ ହୋଇଗଲା। ତା’ର ଏ ଅବସ୍ଥା ଦେଖି ଏଭଳି ପଙ୍ଖାଟିଏ ତିଆରି କରିବାର ବୁଦ୍ଧି ଜୁଟିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ବର୍ଷ ବର୍ଷାଋତୁ ନାହିଁ କ‌ହିଲେ ଚଳେ। ତେଣୁ, ଗ୍ରୀଷ୍ମକାଳ ଶୀଘ୍ର ଆସିଗଲା। ସେହି ଦୃଷ୍ଟିରୁ ବିକ୍ରୟ ନିମନ୍ତେ ଉପଯୁକ୍ତ ସାମଗ୍ରୀଟିଏ (ପ‌ୋଷା ଜନ୍ତୁଙ୍କ ନିମନ୍ତେ ପଙ୍ଖା) ତିଆରି କରିବା ଲାଗି ଆମେ ଚିନ୍ତା କଲୁ।

publive-image Image Courtesy of NDTV

ଉଲ୍ଲେଖଯୋଗ୍ୟ, ଜୁନ୍‌ ଶେଷ ଭାଗରେ ବର୍ଷାଋତୁ ଶେଷ ହୋଇଯିବାରୁ ଜାପାନର ରାଜଧାନୀ ଟୋକିଓରେ ଦୀର୍ଘ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ୯ ଦିନ ଧରି ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା।

‘ପୁଡିଙ୍ଗ୍‌’ ନାମରେ ‘ପୁଡୁଲ୍‌’ ପ୍ରଜାତିର କ୍ଷୁଦ୍ର କୁକୁର ଏବଂ ‘ମାକୋ’ ନାମରେ ‌‘ଟେରିୟର୍‌’ ପ୍ରଜାତିର କୁକୁର ପାଳିଥିବା ୪୮ ବର୍ଷୀୟ ମାମି କୁମାମୋତୋ କହନ୍ତି, କୁକୁରମାନଙ୍କ ଦେହ ଥଣ୍ଡା ରଖିବାକୁ ମୁଁ ସାଧାରତଃ ‘ଡ୍ରାଏ ଆଇସ୍‌’ (କଠିନ କାର୍ବନ୍‌ ଡାଇଅକ୍ସାଇଡ୍‌) ବ୍ୟବହାର କରେ। କିନ୍ତୁ, ମୋର ମନେହୁଏ, ସେଭଳି ପଙ୍ଖାଟିଏ ଲଗାଇଲେ କୁକୁରମାନଙ୍କୁ ବୁଲାଇ ନେବାକୁ ସୁବିଧା ହେବ।

ଜୁଲାଇ ପ୍ରାରମ୍ଭରେ ଉକ୍ତ ପଙ୍ଖା ‘ଡେବ୍ୟୁ’ କରିବା ପରେ ଏହାର ନିର୍ମାତା ‘ସୁଇଟ୍‌ ମମି’ ପ୍ରାୟ ୧୦୦ଟି ପଙ୍ଖା ପାଇଁ ବରାଦ ପାଇଥିବା କଥା ଉଜାୱା କହିଛନ୍ତି। ୫ଟି ଭିନ୍ନ ଭିନ୍ନ ଆକାରରେ ମିଳୁଥିବା ଉକ୍ତ ପ‌ୋଷାକ-ପଙ୍ଖାର ମୂଲ୍ୟ ୭୪ ଡଲାର୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe