ମନ୍ଦିର ପରିସରରେ ପୁଲିସ୍‌କୁ ଚାପୁଡ଼ା ମାରିଲେ ମନ୍ତ୍ରୀଙ୍କ ସଂପର୍କୀୟ ଭାଇ

Advertisment

ଆନ୍ଧ୍ରପ୍ରଦେଶର ନାନ୍ଦୟାଲ ଜିଲ୍ଲାରେ ଏକ ମନ୍ଦିର ଉଦଘାଟନ ସମୟରେ ଘଟିଯାଇଛି ଅଭାବନୀୟ ଘଟଣା। ଉଦଘାଟନ ସମୟରେ ମନ୍ଦିର ପରିସରରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମନ୍ତ୍ରୀ ବିସି ଜନାର୍ଦ୍ଦନ ରେଡ୍ଡିଙ୍କ ସମ୍ପର୍କୀୟ ଭାଇ ଜଣେ କାର୍ଯ୍ୟରତ ପୁଲିସ୍‌ କନଷ୍ଟେବଳଙ୍କୁ ଚାପୁଡ଼ା ମାରିଥିବା ସୂଚନା ରହିଛି। 

ଆନ୍ଧ୍ରପ୍ରଦେଶର ନାନ୍ଦୟାଲ ଜିଲ୍ଲାରେ ଏକ ମନ୍ଦିର ଉଦଘାଟନ ସମୟରେ ଘଟିଯାଇଛି ଅଭାବନୀୟ ଘଟଣା। ଉଦଘାଟନ ସମୟରେ ମନ୍ଦିର ପରିସରରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମନ୍ତ୍ରୀ ବିସି ଜନାର୍ଦ୍ଦନ ରେଡ୍ଡିଙ୍କ ସମ୍ପର୍କୀୟ ଭାଇ ଜଣେ କାର୍ଯ୍ୟରତ ପୁଲିସ୍‌ କନଷ୍ଟେବଳଙ୍କୁ ଚାପୁଡ଼ା ମାରିଥିବା ସୂଚନା ରହିଛି। 

New Project (10) (1)

ନ‌ାନ୍ଦୟାଲ୍‌: ଆନ୍ଧ୍ରପ୍ରଦେଶର ନାନ୍ଦୟାଲ ଜିଲ୍ଲାରେ ଏକ ମନ୍ଦିର ଉଦଘାଟନ ସମୟରେ ଘଟିଯାଇଛି ଅଭାବନୀୟ ଘଟଣା। ଉଦଘାଟନ ସମୟରେ ମନ୍ଦିର ପରିସରରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମନ୍ତ୍ରୀ ବିସି ଜନାର୍ଦ୍ଦନ ରେଡ୍ଡିଙ୍କ ସମ୍ପର୍କୀୟ ଭାଇ ଜଣେ କାର୍ଯ୍ୟରତ ପୁଲିସ୍‌ କନଷ୍ଟେବଳଙ୍କୁ ଚାପୁଡ଼ା ମାରିଥିବା ସୂଚନା ରହିଛି। 

ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୁରୁବାର ଦିନ କୋଲିମିଗୁଣ୍ଡଲା ମଣ୍ଡଳର ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଏହି ଘଟଣା ଘଟିଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯେ‌ାଗ୍ୟ, ଏଆର କନେଷ୍ଟବଳ ଜସୱନ୍ତ କୁମାର କାର୍ଯ୍ୟକ୍ରମରେ ନିୟୋଜିତ ଥିଲେ ଏବଂ ମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ବୋବାଲା ମଦନା ଭୂପାଲ ରେଡ୍ଡୀଙ୍କୁ ଏକ ନିଷିଦ୍ଧ ଅଞ୍ଚଳରେ ପ୍ରବେଶ କରିବାକୁ ବାରଣ କରିଥିଲେ। ଅଭିଯୋଗ ଅନୁଯାୟୀ ରେଡ୍ଡୀ ଏହି କଥାରେ ସର୍ବସାଧାରଣ ସମ୍ମୁଖରେ କନେଷ୍ଟବଳଙ୍କୁ ଦୁର୍ବ୍ୟବହାର ଏବଂ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

ଏହାପରେ କୋଲିମିଗୁଣ୍ଡଲା ପୁଲିସ ଆଇପିସି ଧାରା ୧୩୨, ୧୨୧(୧), ୧୨୬(୨), ଏବଂ ୩୫୧(୨) ଅନୁଯାୟୀ ଏକ ମାମଲା ରୁଜୁ କରିଛି, ଯାହା କାର୍ଯ୍ୟରତ ଜଣେ ସରକାରୀ କର୍ମଚାରୀଙ୍କୁ ବାଧା ଦେବା ଏବଂ ଆକ୍ରମଣ କରିବା ସହିତ ଜଡିତ। ଶୁକ୍ରବାର ସକାଳେ ଭୂପାଳ ରେଡ୍ଡିଙ୍କୁ ଗିରଫ କରାଯାଇଥିଲା। 

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଟିଡିପି ମନ୍ତ୍ରୀ ବିସି ଜନାର୍ଦ୍ଦନ ରେଡ୍ଡି ଏହି ଘଟଣାର ନିନ୍ଦା କରିଛନ୍ତି। ଏକ ବିବୃତିରେ ସେ କହିଛନ୍ତି, "ମୁଁ ଏଆର କନଷ୍ଟେବଳଙ୍କ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ଘଟଣା ବିଷୟରେ ଜାଣିବା ମାତ୍ରେ, ମୁଁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଏଫଆଇଆର ପଞ୍ଜିକରଣ କରିବା ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି।  ଏପରି ଆଚରଣର କୌଣସି ସ୍ଥାନ ନାହିଁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe