ବେଙ୍ଗାଲୁରୁ ଦଳାଚକଟା ଘଟଣା: ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ଦେବ ଆରସିବି

ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରି ଫ୍ରାଞ୍ଚାଇଜ୍ ତା’ର ବିବୃତ୍ତିରେ କହିଛି,‘ଦଳାଚକଡାରେ ମୃତ୍ୟୁବରଣ କରିଥିବା ୧୧ ଜଣ ପ୍ରଶଂସକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧୧ଲକ୍ଷ ଟଙ୍କା ପ୍ରଦାନ କରାଯିବ।’

ewt

ନୂଆଦିଲ୍ଲୀ: ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡାରେ ମୃତ୍ୟୁବରଣ କରିଥିବା ୧୧ ଜଣ ପ୍ରଶଂସକଙ୍କ ପରିବାରକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫ୍ରାଞ୍ଚାଇଜ୍ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛି।

ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରି ଫ୍ରାଞ୍ଚାଇଜ୍ ତା’ର ବିବୃତ୍ତିରେ କହିଛି,‘ ଗତ ବୁଧବାର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ଖେଳ ଦୁନିଆରେ ଏ ଦୁଃଖ ଏକ ଦାଗ ହୋଇ ରହିଯିବ।

ଦଳାଚକଡାରେ ମୃତ୍ୟୁବରଣ କରିଥିବା ୧୧ ଜଣ ପ୍ରଶଂସକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧୧ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଥିସହିତ ଏହି ଦୁଃଖଦ ଘଟଣାରେ ଆହତ ପ୍ରଶଂସକଙ୍କୁ ସାହାଯ୍ୟ କରିବା ପାଇଁ 'ଆରସିବି କେୟର୍ସ' ନାମକ ଏକ ପାଣ୍ଠି ମଧ୍ୟ ସୃଷ୍ଟି କରାଯାଉଛି। 

ପ୍ରକୃତରେ ୧୮ତମ ସିଜିନରେ ଆରସିବି ପ୍ରଥମଥର ପାଇଁ ଆଇପିଏଲ ଟାଇଟଲ୍ ଜିତିଥିଲା। ଏହାପରେ ବୁଧବାର ଦଳ ଅହମ୍ମଦାବାଦରୁ ବେଙ୍ଗାଲୁରୁରେ ପହଞ୍ଚିବା ପରେ ପ୍ରଶଂସକମାନେ ଦଳର ଏକ ଝଲକ ପାଇବାକୁ ବ୍ୟାକୁଳ ହୋଇଯାଇଥିଲେ।

 ଏମିତି କି ଲୋକେ ଯେକୌଣସି ଉପାୟରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ବ୍ୟାକୁଳ ହୋଇପଡ଼ିଥିଲେ। ଲୋକେ ଷ୍ଟାଡିୟମ ପରିସରରେ ଥିବା ଗଛ, କାର, ବସ୍, ଯେକୌଣସି ଉଚ୍ଚ ଜିନିଷ ଦେଖିଥିଲେ ଚଢ଼ି ଯାଇଥିଲେ। କେବଳ ଏତିକି ନୁହେଁ ପ୍ରଶଂସକମାନେ ଷ୍ଟାଡିୟମର କାନ୍ଥ ଏବଂ ବାଡ଼ ଉପରେ ଚଢ଼ି ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଲୋକଙ୍କ ସୁରକ୍ଷା ପାଇଁ ଠିକ ବ୍ୟବସ୍ଥା କରାଯାଇ ନଥିଲା। ତେଣୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe