ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ପୁଣି ଥରେ ବିବାଦରୁ ବିଶ୍ବାସ ୨.୦ ସ୍କିମ ଆରମ୍ଭ ହୋଇଛି । ଅକ୍ଟୋବର ପ୍ରଥମ ତାରିଖରୁ ଏହି ଯୋଜନା ଆରମ୍ଭ ହେବ । ଏହି ସ୍କିମ୍ ଅଧୀନରେ ପୁରୁଣା ବକେୟା ଆୟକର ବିବାଦର ସମାଧାନ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ରିହାତି ମିଳିବ।
ସୂଚନାଯୋଗ୍ୟ, ଆୟକର ବିଭାଗରେ ବିଚାରାଧୀନ ଆବେଦନର ସମାଧାନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ‘ବିବାଦରୁ ବିଶ୍ବାସ ୨.୦' ଯୋଜନା ସଂପର୍କରେ ଘୋଷଣା କରିଥିଲେ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ‘ବିବାଦରୁ ବିଶ୍ବାସ ୨.୦' ଯୋଜନା ଅଣାଯିବା ସଂପର୍କରେ ଘୋଷଣା କରିଥିଲେ।
ଆୟକର ବିଭାଗ ଶନିବାର ଘୋଷଣା କରିଛି ଯେ 'ବିବାଦ ରୁ ବିଶ୍ୱାସ ୨.୦' ସ୍କିମର ବିଜ୍ଞପ୍ତି ଜାରି ହୋଇଛି। ଏହି ସ୍କିମ ଅନୁସାରେ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଘୋଷଣା ଫର୍ମ ଦାଖଲ କରୁଥିବା ଟିକସଦାତା ତାପରେ ଦାଖଲ କରୁଥିବା ଟିକସଦାତାଙ୍କ ତୁଳନାରେ କମ ସେଟଲମେଣ୍ଟ ବା ସମାଧାନ ରାଶି ଦେବାକୁ ପଡ଼ିଥାଏ ।
ଏହାବ୍ୟତୀତ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ନିୟମ ଓ ଫର୍ମ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏକ ବିବୃତିରେ କହିଛି ଯେ ଏହି ଯୋଜନାରେ ୩୧ ଡିସେମ୍ବର ୨୦୨୪ କିମ୍ବା ତା'ପୂର୍ବରୁ ଘୋଷଣା ଫର୍ମ ଦାଖଲ କରୁଥିବା ଟିକସଦାତାଙ୍କ ପାଇଁ କମ୍ ସେଟଲମେଣ୍ଟ ରାଶିର ବ୍ୟବସ୍ଥା ରହିଛି।
Follow Us