ସିବିଡିଟି ୭୧,୨୨୯ କୋଟି ଟଙ୍କା ରିଫଣ୍ଡ କରିଛି

Advertisment
୧୯% ଟିକସଦାତା ସରକାରୀ ଚାକିରିଆ, ପେନ୍‌ସନ୍‌ଭୋଗୀ

HDFC Life

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର ବାବଦରେ ଅଗ୍ରୀମ ଆଦାୟ ହୋଇଥିବା ଅର୍ଥରୁ ୭୧,୨୨୯ କୋଟି ଟଙ୍କା ଟିକସଦାତାଙ୍କୁ ରିଫଣ୍ଡ ଆକାରରେ ପ୍ରଦାନ କରିଛି । ଚଳିତ ଜୁଲାଇ ୧୧ ତାରିଖ ସୁଦ୍ଧା ୨୧.୨୪ ଲକ୍ଷରୁ ଅଧିକ କରଦାତାଙ୍କୁ ଏହି ଅର୍ଥ ରିଫଣ୍ଡ କରାଯାଇଛି । କରୋନା ମହାମାରୀ ସମୟରେ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଏପ୍ରିଲ ୮ ତାରିଖରେ କେନ୍ଦ୍ର ସରକାର ଏକ ନିଷ୍ପତ୍ତି ନେଇ ଫେରସ୍ତ ହେବାକୁ ଥିବା ଆୟକର (ରିଫଣ୍ଡ) କରଦାତାଙ୍କୁ ଯଥାଶୀଘ୍ର ଫେରାଇବାକୁ ନିର୍ଦେଶ ଦେଇଥିଲେ। ୨୪,୬୦୩ କୋଟି ଟଙ୍କାର ଆୟକର ରିଫଣ୍ଡ ୧୯.୭୯ ଲକ୍ଷ ମାମଲାରେ ଟିକସଦାତାଙ୍କୁ ଫେରାଯାଇଥିବାବେଳେ ୧.୪୫ ଲକ୍ଷ ଘଟଣାରେ ୪୬,୬୨୬ କୋଟି ଟଙ୍କାର କର୍ପୋରେଟ ଟିକସ ରିଫଣ୍ଡ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ସମସ୍ତ ରିଫଣ୍ଡ କରୋନା ମହାମାରୀ ସମୟରେ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe