ପଚରା ଉଚୁରା ଲାଗି ପୁଣି ହାଥ୍‌ରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା ଓ ଭାଇଙ୍କୁ ଡକାଇଲା ସିବିଆଇ

Advertisment
ପଚରା ଉଚୁରା ଲାଗି ପୁଣି ହାଥ୍‌ରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା ଓ ଭାଇଙ୍କୁ ଡକାଇଲା ସିବିଆଇ

Image Courtesy of Hindustan Times

ହାଥ୍‌ରସ୍: ହାଥ୍‌ରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ‘ସିବିଆଇ’ ପଚରା ଉଚୁରା ନିମନ୍ତେ ବୁଧବାର ଦିନ ପୁଣି ପୀଡ଼ିତାଙ୍କ ବାପା ଓ ଦୁଇ ଭାଇଙ୍କୁ ଡକାଇଛି।

ମଙ୍ଗଳବାର ଦିନ ମଧ୍ୟ ‘ସିବିଆଇ’ ଟିମ୍ ସେମାନଙ୍କୁ ପଚରା ଉଚୁରା କରିଥିଲା। ପୀଡ଼ିତାଙ୍କ ପରିବାରର ତତ୍ତ୍ବାବଧାନ କରୁଥିବା ଏସ୍‌ଡିଏମ୍ ଅଞ୍ଜଳି ଗଙ୍ଗୱାର୍ ଗଣମାଧ୍ୟମକୁ କହିଛନ୍ତି ଯେ ପୀଡ଼ିତାଙ୍କ ପରିବାରର ପୁରୁଷ ସଦସ୍ୟମାନଙ୍କୁ ହାଥ୍‌ରସ୍‌ରେ ‌ଖୋଲାଯାଇଥିବା ‘ସିବିଆଇ’ର ଅସ୍ଥାୟୀ କାର୍ଯ୍ୟାଳୟରେ ପଚରା ଉଚୁରା କରାଯିବ।

ହାଥ୍‌ରସ୍‌ର କୃଷି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ‘ସିବିଆଇ’ ତାହାର ‘କ୍ୟାମ୍ପ୍‌ ଅଫିସ୍’ ଖୋଲିଛି।

publive-image Image Courtesy of MBS News

ଗଙ୍ଗୱାର୍‌ କହିଛନ୍ତି, ଆଜି ହାଥ୍‌ରସ୍‌ରେ ପୀଡ଼ିତାଙ୍କ ପରିବାରର ପୁରୁଷ ସଦସ୍ୟମାନଙ୍କୁ ପଚରା ଉଚୁରା କରାଯିବ। ସେମାନେ ହାଥ୍‌ରସ୍‌ରେ ଖୋଲାଯାଇଥିବା ‘ସିବିଆଇ’ର ଅସ୍ଥାୟୀ କାର୍ଯ୍ୟାଳୟକୁ ଯିବେ। ‘ସିବିଆଇ’ର ଅଧିକାରୀମାନେ ମହିଳା ସଦସ୍ୟମାନଙ୍କୁ ଘରେ ପଚରା ଉଚୁରା କରିବେ। ଏଥିଯୋଗୁଁ ସେମାନେ ହଇରାଣ ହେବେନାହିଁ ବୋଲି ଆମେ ସୁନିଶ୍ଚିତ। ‘ସିବିଆଇ’ ଏହି ମାମଲାର ତଦନ୍ତ କରୁଛି। ‘ସିବିଆଇ’ର ନିଜସ୍ବ ରୀତିନୀତି ଅଛି। ତଦନ୍ତ ପ୍ରକ୍ରିୟାରେ ପରିବାରର କୌଣସି ଆପତ୍ତି ନାହିଁ।

ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି ଯେ, ଅଭିଯୁକ୍ତଙ୍କୁ ଆଲିଗଡ଼ ଜେଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe