ଏନଟିଏର ଟ୍ରଙ୍କରୁ ନିଟ୍-ୟୁଜି ପେପର ଚୋରି କରିଥିବା ଇଂଜିନିୟରକୁ ଧରିଲା ସିବିଆଇ

ନିଟ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନ ପତ୍ର ଲିକ ମାମଲା: ୫ଦିନିଆ ରିମାଣ୍ଡରେ ଯିବେ ସୁଶାନ୍ତ ସାମନ୍ତ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ବିହାରର ପାଟନାରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଟ୍ରଙ୍କରୁ ନିଟ୍ ପେପର ଚୋରି କରିଥିବା ଇଞ୍ଜିନିୟରଙ୍କୁ ସିବିଆଇ ଗିରଫ କରିଛି। ଅଭିଯୁକ୍ତର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଧରାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଙ୍କଜ କୁମାର ଓ ରାଜୁ ସିଂ।

ମିଳିଥିବା ସୂଚନା ଅନୁଯାୟୀ ପଙ୍କଜ କୁମାର ଓରଫ ଆଦିତ୍ୟ ଯେଉଁ ଟ୍ରଙ୍କରେ ପ୍ରଶ୍ନପତ୍ର ଯାଉଥିଲା ସେଥିରୁ ପ୍ରଶ୍ନପତ୍ର ଚୋରି କରି ବଣ୍ଟନ କରିଥିଲା। ପଙ୍କଜ କୁମାର ଜାମସେଦପୁରର ପୂର୍ବତନ ଛାତ୍ର ଏବଂ ବୋକାରୋର ବାସିନ୍ଦା । ତାର ଆଉଜଣେ ସହଯୋଗୀ ରାଜୁ ସିଂହକୁ ମଧ୍ୟ ହଜାରୀବାଗରୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ଷ୍ଟିଲ ବକ୍ସରୁ କାଗଜ ଚୋରି ହୋଇଛି। ପଙ୍କଜ ପ୍ରଶ୍ନପତ୍ର ଚୋରି କରିବା ପରେ ଦ୍ୱିତୀୟ ଅଭିଯୁକ୍ତ ମଧ୍ୟ ଏହାକୁ ଲିକ୍ କରିବାରେ ସାହାଯ୍ୟ କରିଥିଲା।

ସିବିଆଇ ମଧ୍ୟ ଉକ୍ତ ଟ୍ରଙ୍କର ଭିଡିଓ ସେୟାର କରିଛି। କୁହାଯାଇଥିଲା ଯେ ଏଗୁଡ଼ିକ ସେହି ଟ୍ରଙ୍କ୍ ଯେଉଁଥିରେ ନିଟ୍ ପ୍ରଶ୍ନପତ୍ର ହଜାରୀବାଗକୁ ଆସିଥିଲା। ଏହି ଟ୍ରଙ୍କରୁ ପଙ୍କଜ ଓରଫ ଆଦିତ୍ୟ କାଗଜପତ୍ର ଚୋରି କରି ଆଗକୁ ପଠାଉଥିଲେ। ସିବିଆଇ ଅନୁଯାୟୀ, ହଜାରୀବାଗରୁ ଟ୍ରଙ୍କରୁ କାଗଜ ଚୋରି କରି ଆଗକୁ ବଣ୍ଟନ କରିଥିବା ମାଷ୍ଟରମାଇଣ୍ଡ ହେଉଛନ୍ତି ପଙ୍କଜ ଓରଫ ଆଦିତ୍ୟ, ତାଙ୍କୁ ପାଟନାରୁ ଗିରଫ କରାଯାଇଥିଲା ଏବଂ ତାଙ୍କ ସହଯୋଗୀ ରାଜୁ କାଗଜ ବଣ୍ଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe