ଦୁର୍ନୀତି ମାମଲାରେ ପୂର୍ବତନ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ନବମ ଟୁକିଙ୍କୁ ବିରୋଧରେ ଏତଲା ରୁଜୁ କଲା ସିବିଆଇ

Advertisment
ଦୁର୍ନୀତି ମାମଲାରେ ପୂର୍ବତନ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ନବମ ଟୁକିଙ୍କୁ ବିରୋଧରେ ଏତଲା ରୁଜୁ କଲା ସିବିଆଇ

indiatoday.in

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ରୁଜୁ | କୋଲକାତାର ସଲ୍ଟ ଲେକ୍ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ହୋଇଥିବା ଚୁକ୍ତିନାମା ସହ ଜଡିତ ଦୁର୍ନୀତି ଅଭିଯୋଗରେ ସିବିଆଇ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ୍ ଟୁକିଙ୍କ ବିରୋଧରେ ଏକ ନୂତନ ଏତଲା ପଞ୍ଜିକରଣ କରିଛି | ଏନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି |

ସିବିଆଇ ପ୍ରାଥମିକ ଅନୁସନ୍ଧାନ କରିବା ପରେ ଅଭିଯୋଗ କରିଛି ଯେ ଅରୁଣାଚଳ ପ୍ରଦେଶର ପୂର୍ତବିଭାଗ(ପିଡବ୍ଲ୍ୟୁଡି)ର ଅଧିକାରୀମାନେ ଟେଣ୍ଡର ନିମନ୍ତ୍ରଣ ନକରି ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଟୁକିଙ୍କ ପରିବାର ସଦସ୍ୟଙ୍କ କମ୍ପାନିକୁ ଟେଣ୍ଡର ଦେଇଥିଲେ, ଯାହା ଦ୍ୱାରା ସରକାର କ୍ଷତି ସହିବା ସହ ଟେଣ୍ଡର ନେଇଥିବା ଟୁକିଙ୍କ ପରିବାର ସଦସ୍ୟଙ୍କ କମ୍ପାନି ଲାଭବାନ ହୋଇଥିଲା | ଏବେ ଏହି ଘଟଣାକୁ ନେଇ ସିବିଆଇ ତଦନ୍ତ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଟୁକିଙ୍କ ବିରୋଧରେ ଏତଲା ରୁଜୁ କରିଛି | ଏହା ସହ ପ୍ରମାଣ ଯୋଗାଡ଼ କରିବା ପାଇଁ ଅଧିକ ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe