ଅସନ୍ତୁଷ୍ଟ ଦର୍ଶାଇ ଜାମିନ୍‌କୁ ଚାଲେଞ୍ଜ୍‌ କରିପାରିବ ନାହିଁ ‘ସିବିଆଇ’: ଲାଲୁ ଯାଦବ

Advertisment
ଅସନ୍ତୁଷ୍ଟ ଦର୍ଶାଇ ଜାମିନ୍‌କୁ ଚାଲେଞ୍ଜ୍‌ କରିପାରିବ ନାହିଁ ‘ସିବିଆଇ’: ଲାଲୁ ଯାଦବ

ନୂଆଦିଲ୍ଲୀ: ଅସନ୍ତୁଷ୍ଟ ବୋଲି କହି ତାଙ୍କୁ ମିଳିଥିବା ଜାମିନକୁ ‘ସିବିଆଇ’ ଅଦାଲତରେ ଚାଲେଞ୍ଜ୍‌ କରିପାରିବ ନାହିଁ ବୋଲି ଆଜି ‘ଆର୍‌ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ଜବାବରେ ଲାଲୁ ପ୍ରସାଦ ଯାଦବ କହିଛନ୍ତି, କେବଳ ‘ସିବିଆଇ’ ଅସନ୍ତୁଷ୍ଟ ହୋଇଥିବା କାରଣରୁ ତାଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶକୁ ଖାରଜ କରି ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରାଯାଇ ପାରିବ ନାହିଁ।

ନିଜର ଅସୁସ୍ଥତା ଓ ବାର୍ଦ୍ଧକ୍ୟ କଥା ଦର୍ଶାଇ ଲାଲୁ ଯାଦବ କହିଛନ୍ତି ଯେ, ତାଙ୍କୁ ହାଜତରେ ରଖିଲେ କିଛି ଲାଭ ‌ମିଳିବ ନାହିଁ। ଏହାଛଡ଼ା, ସାଧାରଣ ନିୟମ ଓ ଏକକ ଆଇନ ଆଧାରିତ ହୋଇଥିବାରୁ ହାଇକୋର୍ଟଙ୍କ ରାୟ‌ରେ ହସ୍ତକ୍ଷେପ କରାଯିବାର ଆବଶ୍ୟକତା ନାହିଁ।

ଗୋଖାଦ୍ୟ ଦୁର୍ନୀତି ସହିତ ଜଡ଼ିତ ଡୋରଣ୍ଡା ଟ୍ରେଜେରି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ମଞ୍ଜୁର କରିଥିବା ଜାମିନକୁ ରଦ୍ଦ କରିବା ଲାଗି ‘ସିବିଆଇ’ ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ପିଟିସନ୍‌ର ଶୁଣାଣି ଅଗଷ୍ଟ ୨୫ ତାରିଖ‌ରେ କରାଯିବ। ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୩ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଏହି ଶୁଣାଣି କରିବେ।

publive-image Image Courtesy of India Today

ସୂଚନାଯୋଗ୍ୟ, ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଚାରିଟି ମାମଲାରେ (ଦୁମକା, ଚାଈବାସା, ଡୋରଣ୍ଡା ଓ ଦେଓଗଡ଼ ଟ୍ରେଜରି) ସରକାରୀ ଟ୍ରେଜେରିରୁ ବେଆଇନ ଭାବେ ୯୫୦ କୋଟି ଟଙ୍କା ଉଠାଯାଇଥିଲା। ସେତେବେଳେ ବିହାରର ମୁଖ୍ୟମନ୍ତ୍ରୀ ଥିଲେ ଲାଲୁ ପ୍ରସାଦ ଯାଦବ।

ଚଳିତ ବର୍ଷ ଫେବ୍ରୁଆରି ମାସରେ ଗୋଖାଦ୍ୟ ଦୁର୍ନୀତି ସହିତ ସମ୍ପୃକ୍ତ ଥିବା ଡୋରଣ୍ଡା ଟ୍ରେଜରି ମାମଲାରେ ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହି ମାମଲାର ୯୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨୪ଜଣଙ୍କୁ ଦୋଷମୁକ୍ତ କରାଯାଇଥିବା ବ‌େଳେ ଗତ ସପ୍ତାହରେ ୪୬ଜଣ ଅଭିଯୁକ୍ତଙ୍କ ପ୍ରତି ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା।

ଦୁମକା, ଚାଈବାସା, ଡୋରଣ୍ଡା ଓ ଦେଓଗଡ଼ ଟ୍ରେଜରି ମାମଲା ସହିତ ଜଡ଼ିତ ଥିବା ଆଉ ୪ଟି ମାମଲାରେ ୭୪ ବର୍ଷିୟ ଲାଲୁ ପ୍ରସାଦ ଯାଦବଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe