ରାକେଟ୍‌ ଧରିଲା ସିବିଆଇ: ୧୦୦ କୋଟି ଦିଅ, ରାଜ୍ୟପାଳ ହୁଅ

ଚିଟ୍‌ଫଣ୍ଡ ମାମଲାରେ ସିବିଆଇର କଚ୍ଛପ ଗତି: ୮ବର୍ଷରେ ମାତ୍ର ଗୋଟିଏର ବିଚାର ସରିଛି

theprint.in

ନୂଆଦିଲ୍ଲୀ: ଦେଶରେ ଅସାଧୁ ବ୍ୟକ୍ତିମାନେ ବିଭିନ୍ନ ଅଭିନବ ଉପାୟରେ ଲୋକଙ୍କୁ ଠକିବା ପାଇଁ ଜାଲ ବିଛାଉଛନ୍ତି। ଅନେକ ସମୟରେ ସେମାନେ ସଫଳ ହେଉଥିବା ବେଳେ ଆଉ କିଛି ସମୟରେ ଧରା ପଡ଼ୁଛି। ରାଜ୍ୟସଭା ସାଂସଦ, ମନ୍ତ୍ରୀ ଭଳି ସାମ୍ବିଧାନିକ ପଦପଦବିରେ ବସାଇବାର ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଆଦାୟର ଲକ୍ଷ୍ୟ ରଖିଥିବା ଏପ୍ରକାର ଏକ ରା‌କେଟ୍‌ ସିବିଆଇ ଜାଲରେ ପଡ଼ିଛି। ଏସବୁ ଲୋଭନୀୟ ପଦବି ପାଇଁ ରୢାକେଟ୍ ପକ୍ଷରୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦାବି କରାଯାଉଥିଲା। ଅଭିଯୁକ୍ତମାନେ ଅର୍ଥ ନେବା ପୂର୍ବରୁ ସିବିଆଇ ସେମାନଙ୍କୁ ରେଡ୍‌ହ୍ୟାଣ୍ଡରେ ଧରିଛି। ଦୀର୍ଘ ଦିନ ଧରି ଫୋନ୍‌ ଟ୍ୟାପିଂ କରିବା ପରେ ସିବିଆଇ ଏଭଳି ସଫଳତା ପାଇଛି। ସିବିଆଇ ଏହି ମାମଲାରେ ୪ରୁ ଅଧିକ ଲୋକଙ୍କ ନାମରେ ଏତଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ରର ବାସିନ୍ଦା କରମାଲକର ପ୍ରେମକୁମାର ବନ୍ଦଗାର, କର୍ଣ୍ଣାଟକର ବାସିନ୍ଦା ରବୀନ୍ଦ୍ର ବିଥଲ ନାଏକ, ଦିଲ୍ଲୀର ବାସିନ୍ଦା ମହେନ୍ଦ୍ର ପାଲ ଅରୋରା ଏବଂ ଅଭିଷେକ ବୋରା। ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ମୋଟା ଅଙ୍କର ଅର୍ଥ ଆଦାୟ ରାକେଟ୍ ଏମାନେ ଚଳାଉଥିଲେ। ରାଜ୍ୟସଭା ଆସନ, ରାଜ୍ୟପାଳ ପଦବି, କିମ୍ବା ସରକାରୀ ସଂସ୍ଥାରେ ଅଧ୍ୟକ୍ଷ, ମନ୍ତ୍ରୀ ଆଦି ପଦବିରେ ନିଯୁକ୍ତି ଦେବା ଭଳି ମିଥ୍ୟା ଓ ଲୋଭନୀୟ ପ୍ରତିଶ୍ରୁତି ଦେଉଥିଲା। ଶ୍ରୀ ବନ୍ଦଗାର ନିଜକୁ ଜଣେ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଉଥିଲା। ଯେକୌଣସି କାମ ଆଣିଲେ ଟଙ୍କା ବଦଳରେ ସେ କରିଦେବ ବୋଲି କହୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe