Image Courtesy of NDTV
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲା ସହିତ ସମ୍ପୃକ୍ତ ଥିବା ଦୋରନ୍ଦା ଟ୍ରେଜରି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ‘ଆର୍ଜେଡି’ ନେତା ଲାଲୁ ପ୍ରସାଦ ଯାଦବଙ୍କୁ ମଞ୍ଜୁର କରିଥିବା ଜାମିନ ଆଦେଶକୁ ଆଜି ‘ସିବିଆଇ’ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରିଛି।
ଅଗଷ୍ଟ ୨୫ ତାରିଖ ଦିନ ‘ସିବିଆଇ’ କରିଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍ କୋର୍ଟ ରାଜି ହୋଇଛନ୍ତି।
ସୂଚନାଯୋଗ୍ୟ, ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଚାରିଟି ମାମଲାରେ (ଦୁମକା, ଚାଈବାସା, ଡୋରଣ୍ଡା ଓ ଦେଓଗଡ଼ ଟ୍ରେଜରି) ‘ଆର୍ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ଜାମିନକୁ ‘ସିବିଆଇ’ ଚାଲେଞ୍ଜ୍ କରିବା ସହିତ ଏହାକୁ ବାତିଲ କରିବା ପାଇଁ ଅନୁରୋଧ କରିଛି। ଏହି ସବୁ ମାମଲାରେ ସରକାରୀ ଟ୍ରେଜେରିରୁ ବେଆଇନ ଭାବେ ୯୫୦ କୋଟି ଟଙ୍କା ଉଠାଯାଇଥିଲା। ସେତେବେଳେ ବିହାରର ମୁଖ୍ୟମନ୍ତ୍ରୀ ଥିଲେ ଲାଲୁ ପ୍ରସାଦ ଯାଦବ।
Image Courtesy of India Todayଚଳିତ ବର୍ଷ ଫେବ୍ରୁଆରି ମାସରେ ଗୋଖାଦ୍ୟ ଦୁର୍ନୀତି ସହିତ ସମ୍ପୃକ୍ତ ଥିବା ଡୋରଣ୍ଡା ଟ୍ରେଜରି ମାମଲାରେ ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହି ମାମଲାର ୯୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨୪ଜଣଙ୍କୁ ଦୋଷମୁକ୍ତ କରାଯାଇଥିବା ବେଳେ ଗତ ସପ୍ତାହରେ ୪୬ଜଣ ଅଭିଯୁକ୍ତଙ୍କ ପ୍ରତି ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା।
ଦୁମକା, ଚାଈବାସା, ଡୋରଣ୍ଡା ଓ ଦେଓଗଡ଼ ଟ୍ରେଜରି ମାମଲା ସହିତ ଜଡ଼ିତ ଥିବା ଆଉ ୪ଟି ମାମଲାରେ ୭୪ ବର୍ଷିୟ ଲାଲୁ ପ୍ରସାଦ ଯାଦବଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା।
Follow Us