ଶ୍ରୀଦେବୀଙ୍କ ମୃତ୍ୟୁ ସଂପର୍କରେ ଚାଞ୍ଚଲ୍ୟକର ଖବର ପାଇଁ ଜାଲ ଚିଠି ପ୍ରସ୍ତୁତ କରିଥିଲେ ୟୁଟ୍ୟୁବର, ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଶ୍ରୀଦେବୀଙ୍କ ମୃତ୍ୟୁ ସଂପର୍କରେ ଚାଞ୍ଚଲ୍ୟକର ଖବର ପାଇଁ ଜାଲ ଚିଠି ପ୍ରସ୍ତୁତ କରିଥିଲେ ୟୁଟ୍ୟୁବର, ଚାର୍ଜସିଟ୍ ଦାଖଲ କଲା ସିବିଆଇ

ThePrint

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ସଂକ୍ରାନ୍ତ ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ନକଲି ଚିଠି ପ୍ରସ୍ତୁତ କରି ପ୍ରମାଣ ଭାବେ ଉପସ୍ଥାପନ କରିଥିବା ଭୁବନେଶ୍ବରର ଜଣେ ୟୁଟ୍ୟୁବର ଏବେ ସମସ୍ୟାରେ ପଡ଼ିଯାଇଛନ୍ତି ।

କରିଥିବା ଅଭିଯୋଗରେ ସିବିଆଇ ଜଣେ ଆତ୍ମଘୋଷିତ ତଦନ୍ତକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଅଧିକାରୀମାନେ ରବିବାର (ଫେବ୍ରୁଆରି ୪) ଏହି ସୂଚନା ଦେଇଛନ୍ତି।

ମୁମ୍ବାଇର ଆଇନଜୀବୀ ଚାନ୍ଦନୀ ଶାହଙ୍କ ଅଭିଯୋଗ କ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗତବର୍ଷ ଭୁବନେଶ୍ୱରର ଦୀପ୍ତି ଆର ପିନିତ୍ତି ଓ ତାଙ୍କ ଓକିଲ ଭରତ ସୁରେଶ କାମାଥଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ ଏଜେନ୍ସିକୁ ପଠାଇଥିଲା।

ଚାନ୍ଦନୀ ଶାହା ଅଭିଯୋଗ କରିଛନ୍ତି ଯେ ପିନିତ୍ତି ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚିଠି, ସୁପ୍ରିମ୍ କୋର୍ଟ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ସରକାରଙ୍କ ସହ ଜଡ଼ିତ ଦସ୍ତାବିଜ ସମେତ ଆଉକେତେକ କାଗଜପତ୍ର ଉପସ୍ଥାପନ କରିଥିଲେ, ଯାହା ଜାଲ୍ ବୋଲି ଜଣାପଡ଼ିଛି। ଗତ ୨୦୧୮ ଫେବ୍ରୁଆରିରେ ଦୁବାଇରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। ଶ୍ରୀଦେବୀଙ୍କ ମୃତ୍ୟୁ କୁ ନେଇ ପିନିତି ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ 'ଅନୁସନ୍ଧାନ' ଆଧାରରେ ଏହାକୁ ଲୁଚାଇବାକୁ ଦୁଇ ଦେଶର ସରକାର ହାତମିଳାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe