ସାଇବର୍‌ ଅପରାଧୀଙ୍କ ଉପରେ ‘ସିବିଆଇ’ ଚଢ଼ଉ: ୧୬ ଗିରଫ, ୧.୮ କୋଟି ଟଙ୍କା ଓ ୧.୫ କିଲୋ ସୁନା ଉଦ୍ଧାର

ଭେଷଜ ନିର୍ଦେଶାଳୟରେ ପଶିଲା ସିବିଆଇ!

Image Courtesy of Prag News

ନୂଆଦିଲ୍ଲୀ: ‘ଇଣ୍ଟର୍‌ପୋଲ୍‌’, ‘ଏଫ୍‌ବିଆଇ’, ବିଦେଶୀ ପୁଲିସ ଓ ଏକାଧିକ ରାଜ୍ୟର ପୁଲିସ ବାହିନୀ ସହାୟତାରେ ମଙ୍ଗଳବାର ଦିନ ‘ସିବିଆଇ’ ‘ଅପରେସନ୍‌ ଚକ୍ର’ ଅଭିଯାନ ଚଳାଇ ଆର୍ଥିକ ଅପରାଧରେ ସଂଶ୍ଳିଷ୍ଟ ଥିବା ସାଇବର ଅପରାଧୀମାନଙ୍କ ଉପରେ ଚଢ଼ାଉ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

୧୧୫ଟି ସ୍ଥାନରେ କରାଯାଇଥିବା ଉପରୋକ୍ତ ଚଢ଼ଉ ବେ‌ଳେ ‘ସିବିଆଇ’ ଇଣ୍ଟର୍‌ନେଟ୍‌ ଆର୍ଥିକ ଠକେଇ ବ୍ୟାପାରରେ ଜଡ଼ିତ ଥିବା ସାଇବର୍‌ ଅପରାଧୀଙ୍କ ନାମରେ ୧୧ଟି ମାମଲା ରୁଜୁ କରିଛି। ଏଥିରୁ ୮୭ଟି ସ୍ଥାନରେ ‘ସିବିଆଇ’ ଚଢ଼ଉ କରିଥିବା ବ‌େଳେ ୨୮ଟି ସ୍ଥାନରେ ରାଜ୍ୟ ପୁଲିସ ଚଢ଼ଉ କରିଥିଲା ବୋଲି ସେମାନେ ସୂଚନା ଦେଇଛନ୍ତି।

ଜାରି କରିଥିବା ବିବୃତିରେ ‘ସିବିଆଇ’ କହିଛି, ଭାରତରେ ଆନ୍ତର୍ଜାତି ସାଇବର୍‌କ୍ରାଇମ୍‌ ଗ୍ୟାଙ୍ଗ୍‌ର ଭିତ୍ତିଭୂମିକୁ ଭାଙ୍ଗିବା ସହିତ ଭାରତରେ ଏଭଳି ଅନୈତକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କର ବିଚାର କରିବା ଏହି ଅଭିଯାନର ଉଦ୍ଦେଶ୍ୟ।

publive-image Image Courtesy of Business Standard

ଏହି ଅଭିଯାନରେ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ଆସମ, କର୍ଣ୍ଣାଟକ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଚଣ୍ଡୀଗଡ଼ ଏବଂ ହରିୟାଣା ଭଳି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ।

ଚଢ଼ଉ ବେଳେ ‘ସିବିଆଇ’ ପ୍ରାୟ ୧.୮ କୋଟି ନଗଦ ଟଙ୍କା, ୧.୫ କିଲୋ ସୁନା ଉଦ୍ଧାର କରାଯାଇଛି ଓ ୧.୮୯ କୋଟି ଟଙ୍କା ଜମା ଥିବା  ଗୋଟାଏ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ‘ଫ୍ରିଜ୍‌’ କରିଦିଆଯାଇଛି ବୋଲି ବିବୃତିରେ ଉଲ୍ଲେଖ ଅଛି।

ଏହା ବ୍ୟତିରେକେ, ମୋବାଇଲ୍‌ ଫୋନ୍‌, ଲ୍ୟାପ୍‌ଟପ୍‌ ଭଳି ବହୁ ଡିଜିଟାଲ୍‌ ଉପକରଣ ମଧ୍ୟ ଉଦ୍ଧାର କରାଯାଇଥିବା କଥା ଜଣେ ମୁଖପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe