ସିବିଆଇକୁ ମୋ ଲକର୍‌ରୁ କିଛି ମିଳିଲାନି : ସିସୋଦିଆ

Advertisment

ବିଜେପି ‘ବଚ୍ଚା‌ ଚୋର୍‌ ପାର୍ଟି’

ବିଜେପି ‘ବଚ୍ଚା‌ ଚୋର୍‌ ପାର୍ଟି’

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଏପ୍ରିଲ ୫ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ସିସୋଦିଆ

The Indian Express

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର୍‌ ତଲାସୀ କରିଥିଲା। କିନ୍ତୁ ସିସୋଦିଆଙ୍କ ବ୍ୟାଙ୍କ ଲକରରୁ ସିବିଆଇକୁ କିଛି ମିଳିନି। ସିସୋଦିଆ ଦାବି କରିଛନ୍ତି ଯେ ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏହି ମାମଲାରେ ‘କ୍ଲିନଚିଟ୍‌’ ମିଳିଛି। ଗାଜିଆବାଦର ସେକ୍ଟର ୪ ବସୁନ୍ଧରା ସ୍ଥିତ ପିଏନ୍‌ବି ବ୍ରାଞ୍ଚରେ ଆଜି ୫ ଜଣିଆ ସିବିଆଇ ଟିମ୍‌ ପହଞ୍ଚିଥିଲେ। ସିବିଆଇ ଟିମ୍‌ ସର୍ଚ୍ଚ‌୍ କରିବା ସମୟରେ ସିସୋଦିଆ ଏବଂ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ। ସି‌ସୋଦିଆ କହିଛନ୍ତି, ସିବିଆଇ ଅଧିକାରୀମାନେ ତାଙ୍କୁ ଖୁବ୍‌ ଶୀଘ୍ର ଗିରଫ କରିବେ କାରଣ ସିବିଆଇ ଉପରେ ଏନେଇ ଚାପ ପକାଯାଉଛି।

ଅନ୍ୟପକ୍ଷେ ସିସୋଦିଆ ଆଜି ବିଜେପି ବିରୋଧରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ଆପ୍‌ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇପାରିବ। ମଥୁରାରେ ଏକ ଅପହରଣ ମାମଲାରେ ସିସୋଦିଆ ବିଜେପିକୁ କଟାକ୍ଷ କରିଛନ୍ତି। ବିଜେପି କର୍ପୋରେଟରଙ୍କ ଘରୁ ଅପହୃତ ଶିଶୁ ମିଳିବା ଘଟଣାରେ ସିସୋଦିଆ କହିଛନ୍ତି, ‘ବିଜେପି ବଚ୍ଚା ଚୋର୍‌ ପାର୍ଟି’।

ଦିଲ୍ଳୀରେ ‘ ଟ୍ବିନ୍‌ ଟା‌ୱାର୍‌ସ ଅଫ୍‌ କରପ୍‌ସନ୍‌’ର ବିଲ୍ଡର ହେଉଛନ୍ତି ସିସୋଦିଆ : ବିଜେପି
ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋ‌ଦିଆଙ୍କ ବିରୋଧରେ ବିଜେପି ବର୍ଷିଛି। ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ସିସୋଦିଆ ହେଉଛନ୍ତି ‘ଦିଲ୍ଲୀସ୍‌ ଟ୍ବିନ୍‌ ଟାୱାର୍‌ସ ଅଫ୍‌ କରପସନ୍‌’ର ବିଲ୍ଡର। ଦିଲ୍ଲୀରେ ୨ଟି ବଡ଼ ଦୁର୍ନୀତିର ସେ ବିନ୍ଧାଣୀ। ଦିଲ୍ଲୀ ଅବକାରୀ ଦୁର୍ନୀତି ଏବଂ ଶିକ୍ଷା‌ ବିଭାଗରେ ଦୁର୍ନୀତି ଅଭି‌ଯୋଗ କରି ବିଜେପି ସିସୋଦିଆଙ୍କ ବିରୋଧରେ ବର୍ଷିଛି। ସିଭିସି (ସେଣ୍ଟ୍ରାଲ ଭିଜିଲାନ୍ସ କମିସନ୍‌) ରିପୋର୍ଟକୁ ଦର୍ଶାଇ ବିଜେପି କହିଛି, ଆପ୍‌ ସରକାର ଦିଲ୍ଲୀ ସ୍କୁଲ୍‌ରେ ୫ଲକ୍ଷ ଟଙ୍କାର ଶ୍ରେଣୀଗୃହ ନିର୍ମାଣ କରିବାପାଇଁ ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସେମାନେ ଶୌଚ୍ଚାଳୟକୁ ବି ଶ୍ରେଣୀଗୃହ ବିବେଚନା କରିଛନ୍ତି। ସରକାର ଦିଲ୍ଲୀରେ ଶିକ୍ଷା ଏବଂ ଲିକର ଭଳି ୨ଟି ଦୁର୍ନୀତିର ଟ୍ବିନ୍‌ ଟାୱାର ନିର୍ମାଣ କରି ଲୋକଙ୍କୁ ପ୍ରତାରିତ କରିଛନ୍ତି ଯାହାକୁ ଦିଲ୍ଲୀବାସୀ କଦାପି କ୍ଷମା ଦେବେନାହିଁ ବୋଲି ବିଜେପି ନେତା ମନୋଜ ତିୱାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe