ଦ୍ୱିତୀୟ ଦିନ ସିଭିସି ସମ୍ମୁଖରେ ହାଜର ହେଲେ ସିବିଆଇ ନିର୍ଦେଶକ ଆଲୋକ ବର୍ମା

Advertisment
ପଦଫେରି ପାଇବାର ୩୬ ଘଣ୍ଟାପରେ ବହିଷ୍କାର ହେଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗ ଘଟନାରେ ଶୁକ୍ରବାର ଦିନ ସିବିଆଇ ନିର୍ଦେଶକ ଆଲୋକ ବର୍ମା ସେଣ୍ଟ୍ରାଲ୍‌ ଭିଜିଲାନ୍‌ସ୍‌ କମିସନର୍‌ (ସିଭିସି) କେ ଭି ଚୌଧୁରୀଙ୍କ ଆଗରେ ହାଜର ହୋଇଛନ୍ତି।

ଚୌଧୁରୀଙ୍କ ନେତୃତ୍ୱରେ ଗଠିତ ପାନେଲ୍‌ ସମ୍ମୁଖରେ ବର୍ମା ହାଜର ହୋଇଥିଲେ। ଏହି ପାନେଲ୍‌ରେ ଭିଜିଲାନ୍‌ସ୍‌ କମିସନର୍‌ ଶରଦ କୁମାର ଏବଂ ଟିଏମ୍‌ ଭାସିନ୍‌ ଅନ୍ତର୍ଭୁକ୍ତ। କିନ୍ତୁ, ଏହି ବୈଠକ ସଂକ୍ରାନ୍ତରେ ଅଧିକାରୀମାନେ କୌଣସି ବିଶେଷ ବିବରଣୀ ପ୍ରକାଶ କରି ନାହାନ୍ତି।

ଗୁରୁବାର ଦିନ ମଧ୍ୟ ଉଭୟ ବର୍ମା ଏବଂ ଅସ୍ଥାନା ସିଭିସି ଚୌଧୁରୀଙ୍କୁ ଭେଟିଥିଲେ। ଭେଟ ସମୟରେ ଉଭୟ ଶୀର୍ଷ ସ୍ତରୀୟ ସିବିଆଇ ଅଧିକାରୀ ସେମାନଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ଉପରେ ଚାଲିଥିବା ତଦନ୍ତ ସଂକ୍ରାନ୍ତରେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ।

ଉଭୟ ବର୍ମା ଓ ଅସ୍ଥାନା ଗୁରୁବାର ଦିନ ପ୍ରାୟ ଦିବା ୧ଟା ବେଳେ ସେଣ୍ଟ୍ରାଲ୍‌ ଭିଜିଲାନ୍‌ସ୍‌ କମିସନ୍‌ ଅଫିସ୍‌ରେ ପହଞ୍ଚି ପ୍ରାୟ ୧ ଘଣ୍ଟା ରହିଥିଲେ।
ଦୁଇ ସପ୍ତାହ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍‌ କୋର୍ଟ ସିଭିସିଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe