ବିଚାରପତିଙ୍କ ଘରେ ସିବିଆଇ ପଶିବା ମାମଲା : ସୁପ୍ରିମ୍‌ କୋର୍ଟରେ ଶୁଣାଣି ଆଜି

Advertisment
ବିଚାରପତିଙ୍କ ଘରେ ସିବିଆଇ ପଶିବା ମାମଲା : ସୁପ୍ରିମ୍‌ କୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ: ହାଇକୋର୍ଟ ବିଚାରପତି ସି.ଆର୍‌. ଦାସଙ୍କ ବାସଭବନରେ ରାତି ଅଧରେ ସିବିଆଇ ଅଧିକାରୀ ପ୍ରବେଶ କରିବା ମାମଲାର ଶୁଣାଣି ଆଜି ସୁପ୍ରିମ୍‌ କୋର୍ଟ କରିବେ। ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ ଦ୍ୱାରା ଗତମାସ ୨୨ ତାରିଖରେ ଏ ବାବଦରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା। ହାଇକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସିବିଆଇ ସମେତ ୧୦ ଜଣ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଥିଲେ। ମାମଲାର ଶୁଣାଣି ପାଇଁ ହାଇକୋର୍ଟ ଚଳିତ ମାସ ୧୬ ତାରିଖକୁ ଧାର୍ଯ୍ୟ କରିଥିଲେ। ତେବେ ସିବିଆଇ ଏହି ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବା ପରେ ସୁପ୍ରିମ୍‌ କୋର୍ଟ ଚଳିତ ମାସ ୧୩ ତାରିଖରେ ହାଇକୋର୍ଟଙ୍କ ଶୁଣାଣିରେ ରୋକ୍‌ ଲଗାଇବା ସହ ହାଇକୋର୍ଟ ବାର୍‌କୁ ନୋଟିସ୍‌ ଜାରି କରିଥିଲେ। ଆସନ୍ତାକାଲି ସୁପ୍ରିମ୍‌ କୋର୍ଟ ବିଚାରପତି ଏ.କେ. ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌ର ଜବାବ ଦାଖଲ ପାଇଁ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ ଖଣ୍ଡପୀଠଙ୍କ ନିକଟରେ ସମୟ ଲୋଡ଼ିବେ ବୋଲି ଜଣାପଡ଼ିଛି । ଶୁଣାଣି ସମୟରେ ସିବିଆଇ ସୁପ୍ରିମ୍‌ କୋର୍ଟରେ ହାଇକୋର୍ଟ ବିଚାରପତି ସି.ଆର୍‌. ଦାସଙ୍କୁ ନିଃସର୍ତ୍ତ କ୍ଷମା ମାଗିବା ପାଇଁ ରାଜିଥିବା ଖଣ୍ଡପୀଠଙ୍କ ନିକଟରେ କୁହାଯାଇଥିଲା। ସିବିଆଇ ଏହି ମାମଲାର ଫଏସଲା କରିବା ପାଇଁ ମଧ୍ୟ ଚାହୁଛି ବୋଲି ଅତିରିକ୍ତ ସିଲିସିଟର ଜେନେରାଲ ତୁଷାର ମେହଟ୍ଟା ଖଣ୍ଡପୀଠଙ୍କ ନିକଟରେ କହିଥିଲେ।

ଉଲ୍ଲେଖଯୋଗ୍ୟ, ମେଡିକାଲ କଲେଜ ନାମଲେଖା ଦୁର୍ନୀତି ଅଭିଯୋଗରେ ଚଢ଼ଉ ପାଇଁ ବାହାରିଥିବା ସିବିଆଇ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇଏମ୍‌ କୁଦ୍ଦୁଶିଙ୍କ ବାସଭବନ ଭାବି ବର୍ତ୍ତମାନର ହାଇକୋର୍ଟ ବିଚାରପତି ସିଆର୍‌ ଦାସଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ସିବିଆଇ ଅଧିକାରୀମାନେ ମନ୍ଦ ଉଦ୍ଦେଶ୍ୟ ରଖି ଆସିଥିଲେ ଏବଂ ଘଟଣା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ କରି ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe