ଉନ୍ନାଓ ଦୁଷ୍କର୍ମ ମାମଲାରେ ୨ୟ ଚାର୍ଜସିଟ ଦାଖଲ କଲା ସିବିଆଇ, ବିଜେପି ବିଧାୟକ ସେନଗାର ମୁଖ୍ୟ ଅଭିଯୁକ୍ତ

Advertisment
ଉନ୍ନାଓ ଗଣଦୁଷ୍କର୍ମ, ବିଧାୟକ ସେଙ୍ଗରଙ୍କୁ ଦିଲ୍ଲୀ ଆଣିଲା ସିବିଆଇ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ମାମଲାରେ ସିବିଆଇ ବିଜେପି ବିଧାୟକ କୁଲଦୀପ ସିଂ ସେନଗାରଙ୍କ ବିରୋଧରେ ୨ୟ ଚାର୍ଜସିଟ ଦାଖଲ କରିଛି । ଏହି ଚାର୍ଜସିଟରେ ସେନଗାରଙ୍କୁ ଏହି ଦୁଷ୍କର୍ମ ମାମଲାରେ ମୁଖ୍ୟଅଭିଯୁକ୍ତ ବୋଲି ଦର୍ଶାଯାଇଛି । ଏହା ସହିତ ସେନଗାରଙ୍କ ମହିଳା ସହଯୋଗୀ ଶଶି ସିଂଙ୍କୁ ମଧ୍ୟ ଏଥିରେ ସିବିଆଇ ସହ ଅଭିଯୁକ୍ତ କରିଛି । ସେନେଗାରଙ୍କ ବିରୋଧରେ ସିବିଆଇ ପକସୋ ଆଇନ ( ଯୌନ ଅପରାଧ କବଳରୁ ଶିଶୁ ସୁରକ୍ଷା ଆଇନ) ଅନୁସାରେ ଅଭିଯୁକ୍ତ କରାଯାଇଛି । ସିବିଆଇର ତଦନ୍ତ ଅନୁସାରେ ଏହି ଅପରାଧ ଜୁନ ୪, ୨୦୧୭ରେ ରାତି ୭ଟାରୁ ୮ଟା ମଧ୍ୟରେ ହୋଇଥିଲା ।

ଅଭିଯୋଗ ଅନୁସାରେ, ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗାର୍ ପୀଡ଼ିତାଙ୍କ ସହ ଗତବର୍ଷ ଜୁନ୍ ୪ ତାରିଖ ଦିନ ଉତ୍ତରପ୍ରଦେଶ ଅନ୍ତର୍ଗତ ମାଖି ଗାଁ’ରେ ଥିବା ନିଜ ଘରେ ଦୁଷ୍କର୍ମ କରୁଥିବା ବେଳେ ତାଙ୍କର ମହିଳା ସହଯୋଗୀ ଶଶି ସିଂହ କୋଠରି ବାହାରେ ଠିଆ ହୋଇ ଜଗିଥିଲେ।
ଗତ ସପ୍ତାହରେ ସିବିଆଇ ଏହି ମାମଲାରେ ପ୍ରଥମ ଚାର୍ଜସିଟ ଦାଖଲ କରିଥିଲା । ଏହି ଚାର୍ଜସିଟରେ ସିବିଆଇ ସେନଗାରଙ୍କ ଭାଇ ଅତୁଲ ସିଂ ସେନଗାରଙ୍କ ସମେତ ୫ ଜଣଙ୍କୁ ଅଭିଯୁକ୍ତ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe