ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌ ଏନ୍‌ ଶୁକ୍ଳାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କଲା ସିବିଆଇ

ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌ ଏନ୍‌ ଶୁକ୍ଳାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌ ଏନ୍‌ ଶୁକ୍ଳା ଓ ତାଙ୍କ ପତ୍ନୀଙ୍କ ଦ୍ୱାରା ୨.୪୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରାଯାଇଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି। ପୂର୍ବତନ ବିଚାରପତିଙ୍କ ବିରୋଧରେ ଏହା ହେଉଛି ଦ୍ୱିତୀୟ ଦୁର୍ନୀତି ମାମଲା।

ଲକ୍ଷ୍ନୌସ୍ଥିତ ଏକ ମେଡିକାଲ କଲେଜକୁ ଟଙ୍କା ବଦଳରେ ଅନୁକୂଳ ଆଦେଶ ଦେବା ଅଭିଯୋଗରେ ଆହ୍ଲାବାଦ ହାଇକୋର୍ଟର ତତ୍କାଳୀନ ବିଚାରପତି ଏସ୍‌ ଏନ୍‌ ଶୁକ୍ଳାଙ୍କ ସମେତ ଛତିଶଗଡ଼ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆଇଏମ୍‌ କୁଦ୍ଦୁସି ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ୨୦୧୯ ଡିସେମ୍ବର ୪ ତାରିଖରେ ଦୁର୍ନୀତି ମାମଲା ରୁଜୁ ହୋଇଥିଲା।

ଏହି ଘଟଣାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ହୋଇଥିବା ଆଭ୍ୟନ୍ତରୀଣ ତଦନ୍ତରେ ବିଚାରପତି ଏସ୍‌ ଏନ୍‌ ଶୁକ୍ଳାଙ୍କ ଘୋର ଅସଦାଚରଣ ପଦାକୁ ଆସିବା ପରେ ସୁପ୍ରିମ୍‌କୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ୨୦୧୮ରେ ମହାଭିଯୋଗ ପାଇଁ ସୁପାରିସ କରିଥିଲେ। ହେଲେ, ପରବର୍ତ୍ତୀ ସମୟରେ ଜଷ୍ଟିସ୍‌ ମିଶ୍ରଙ୍କ ଉତ୍ତରାଧିକାରୀ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାଙ୍କ ବିରୋଧରେ ମହାଭିଯୋଗ ଆସି ନଥିଲା।

ଦୁର୍ନୀତିରେ ଲିପ୍ତ ବିଚାରପତି ଏସ୍‌ ଏନ୍‌ ଶୁକ୍ଳା ଜୁଲାଇ ୨୦୨୦ରେ ନିଜ ପଦବୀରୁ ଅବସର ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe