୭ଦିନ ପାଇଁ ସିବିଆଇ ହେପାଜତକୁ ଗଲେ ‘ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର ପୂର୍ବତନ ‘ସିଇଓ’ ଚିତ୍ରା ରାମକୃଷ୍ଣ

୭ଦିନ ପାଇଁ ସିବିଆଇ ହେପାଜତକୁ ଗଲେ ‘ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର ପୂର୍ବତନ ‘ସିଇଓ’ ଚିତ୍ରା ରାମକୃଷ୍ଣ

telegraphindia

ନୂଆଦିଲ୍ଲୀ: ଗିରଫ ପରେ ୭ଦିନ ପାଇଁ ସିବିଆଇ ହେପାଜତକୁ ଗଲେ ‘ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର ପୂର୍ବତନ ‘ସିଇଓ’ ଚିତ୍ରା ରାମକୃଷ୍ଣ। ଗତକାଲି ଚିତ୍ରା ରାମକୃଷ୍ଣଙ୍କୁ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ ଗିରଫ କରିଥିଲା। ଅଦାଲତ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରି ଦେବାରୁ ନୂଆଦିଲ୍ଲୀରେ ରବିବାର ଦିନ ତାଙ୍କୁ ହାଜତକୁ ନିଆଯାଇଥିଲା। ଆଜି ଦିଲ୍ଲୀ କୋର୍ଟ ଚିତ୍ରା ରାମକୃଷ୍ଣଙ୍କୁ ପଚରାଉଚରା କରିବା ପାଇଁ ସିବିଆଇକୁ ୭ଦିନ ସମୟ ଦେଇଥିବା ଜଣାପଡ଼ିଛି।

୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଚିତ୍ରା ରାମକୃଷ୍ଣ ‘ଏନ୍‌ଏସ୍‌ଇ’ର ‘ସିଇଓ’ ଥିଲେ। ‘ଏନ୍‌ଏସ୍‌ଇ’ର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମଣିୟମ୍‌ଙ୍କ ସମେତ ୫୯ ବର୍ଷୀୟା ଚିତ୍ରା ‘ସିବିଆଇ’ ‘ରାଡାର୍‌’ରେ ଥିଲେ।

ହିମାଳୟରେ ଅବସ୍ଥାନ କରୁଥିବା ଜଣେ ଯୋଗୀଙ୍କ ନିକଟକୁ ‘ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସ୍‌ଚେଞ୍ଜ୍‌’ ସମ୍ବନ୍ଧୀୟ ଗୋପନୀୟ ସୂଚନାବଳୀ ଇମେଲ୍‌ ଜରିଆରେ ପଠାଉଥିଲେ ବୋଲି ଚିତ୍ରାଙ୍କ ଉପରେ ଦୋଷାରୋପ କରାଯାଇଛି। ଅଜ୍ଞାତ ଯୋଗୀଜଣକ ବାସ୍ତବରେ ସୁବ୍ରମଣିୟମ୍‌ ବୋଲି ସନ୍ଦେହ କରାଯାଉଛି। ତାଙ୍କୁ ମଧ୍ୟ ଏ ମାସ ପ୍ରାରମ୍ଭରେ ଗିରଫ କରାଯାଇଛି।

୨୦୧୦ରୁ ୨୦୧୫ ମଧ୍ୟରେ ‘ଏନ୍‌ଏସ୍‌ଇ’ରେ ଅନୈତିକ କାର୍ଯ୍ୟ ହୋଇଥିବା କଥା ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ ପାଇଥିବା ତଥ୍ୟାବଳୀକୁ ସାର୍ବଜନୀନ କରିବା ପରେ ଉପରୋକ୍ତ ପ୍ରସଙ୍ଗ ଜଣାପଡ଼ିଥିଲା।

ଜାରି କରିଥିବା ଆଦେଶନାମାରେ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ କହିଛି ଯେ, ୨୦୧୪ରୁ ୨୦୧୬ ମଧ୍ୟରେ ଚିତ୍ରା ରାମକୃଷ୍ଣ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ‘ଇ-ମେଲ୍‌ ଆଇଡି’କୁ ‘ଏନ୍‌ଏସ୍‌ଇ’ର ଚିତ୍ରା ଅଭ୍ୟନ୍ତରୀଣ ଗୁପ୍ତ ତଥ୍ୟାବଳୀ ପଠାଇଥିବା ତଥ୍ୟଗତ ପ୍ରମାଣ ଅଛି।

‘ଏନ୍‌ଏସ୍‌ଇ ସି‌ଷ୍ଟମ୍‌’‌ରେ ଜାଲିଆତି କରିଥିବା ଅଭିଯୋଗରେ ୨୦୧୮ ମଧ୍ୟ ‘ସିବିଆଇ’ ଜଣେ ‘ଷ୍ଟକ୍‌ବ୍ରୋକର୍‌’ଙ୍କ ନାମରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଥିଲା। ସେ ମଧ୍ୟ ଚିତ୍ରା ଓ ଆନନ୍ଦଙ୍କ ମାମଲା ସହ ସମ୍ପୃକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe