ବିଚାରପତିଙ୍କ ଘରକୁ ସିବିଆଇ ଯିବା ମାମଲା: ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଓ ସଂପୃକ୍ତ ବିଚାରପତିଙ୍କୁ କ୍ଷମା ମାଗିଲା ସିବିଆଇ

Advertisment
ବିଚାରପତିଙ୍କ ଘରକୁ ସିବିଆଇ ଯିବା ମାମଲା: ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଓ ସଂପୃକ୍ତ ବିଚାରପତିଙ୍କୁ କ୍ଷମା ମାଗିଲା ସିବିଆଇ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ବିଚାରପତି ଏ.କେ.ସିକ୍ରି ଓ ଅଶୋକ ଭୁଷଣଙ୍କ ଖଣ୍ଡପୀଠରେ ହାଇକୋର୍ଟ ବିଚାରପତି ସି.ଆର.ଦାସଙ୍କ ଘରେ ସିବିଆଇ ଅଧିକାରୀ ପ୍ରବେଶ ଉଦ୍ୟମ ମାମଲାର ଶୁଣାଣି ସୋମବାର ହୋଇଛି। ଏହି ଶୁଣାଣିରେ ସିବିଆଇ ପକ୍ଷରୁ ଆଡିସନାଲ ସିଲିସିଟର ଜେନେରାଲ (ଏଏସ୍‌ଜି) କୋର୍ଟଙ୍କୁ ଏକ ସତ୍ୟପାଠ ଜରିଆରେ ଜଣାଇଥିଲେ କି, ‘ଏ ମାମଲାରେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଓ ବିଚାରପତି ସି.ଆର ଦାସଙ୍କୁ ଭେଟି ଆମେ କରିଥିବା ଭୁଲ ପାଇଁ କ୍ଷମା ମାଗିସାରିଛୁ।’ ଏହାପରେ ସୁପ୍ରିମକୋର୍ଟ ମତ ଦେଇଥିଲେ କି, ଯେହେତୁ ସିବିଆଇ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି ତେଣୁ ଏହି ମାମଲାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯାଉ। ତେବେ ଏହି ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନୋଟିସର ଜବାବ ପାଇଁ ଓଡ଼ିଶା ବାର୍‌ ଆସୋସିଏସନ୍‌ ସମୟ ମାଗିଥିଲେ। ଏହାକୁ ବିଚାରକୁ ନେଇ ଅଦାଲତ ୨ସପ୍ତାହ ସମୟ ଦେଇଛନ୍ତି।

publive-image

ସୂଚନାଯୋଗ୍ୟ, ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଚଢଉ ପାଇଁ ବାହାରିଥିବା ସିବିଆଇ ଟିମ ଗତମାସ ୨୦ ତାରିଖରେ ଜଷ୍ଟିସ ଏମ୍‌.ଏସ୍‌.କୁଦ୍ଦୁସୀଙ୍କ ଘର ଭାବି ସିବିଆଇ ଇନସ୍ପେକ୍ଟର ପି.କେ.ମିଶ୍ର ଓ ଅନ୍ୟ ୪ ଅଧିକାରୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସି.ଆର. ଦାସଙ୍କ କଟକସ୍ଥିତ ବାସଭବନ ଭିତରୁ ପଶି ଯାଇଥିଲେ। ଏହାକୁ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଏକ ମାମଲା ରଜୁ ହୋଇଥିଲା। ଏଥିସହ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ମଧ୍ୟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା, କିନ୍ତୁ ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏହାପରେ ଶୀର୍ଷ କୋର୍ଟ ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ ଲଗାଇବା ସହ ବାର୍‌ ଆସୋସିଏସନକୁ ନୋଟିସ ଜାରି କରିଥିଲେ।

ଏହାପରେ ଶୀର୍ଷ କୋର୍ଟ ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ ଲଗାଇବା ସହ ବାର୍‌ ଆସୋସିଏସନକୁ ନୋଟିସ ଜାରି କରିଥିଲେ। ହାଇକୋର୍ଟ ରାଜ୍ୟ ସରକାର, କେନ୍ଦ୍ର ସରକାର, ସିବିଆଇ ସମେତ ୧୦ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିଲେ । ସୁପ୍ରିମକୋର୍ଟ ଗତ ୧୩ ତାରିଖରେ ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ ଲଗାଇବା ସହ ହାଇକୋର୍ଟ ବାର ଆସୋସିଏସନକୁ ନୋଟିସ ଜାରି କରଥିଲେ ।

ତେବେ ମିଳିଥିବା ଖବର ଅନୁସାରେ, ଆଜି ଜବାବ ଦାଖଲ ପାଇଁ ବାର ଆସୋସିଏସନ ପକ୍ଷରୁ ୨ସପ୍ତାହ ଅଧିକ ସମୟ ମଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe