ନୂଆଦିଲ୍ଲୀ: ୩,୬୦୦ କୋଟି ଟଙ୍କାର ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟଟ କାରବାର ମାମଲାର ଅନ୍ୟତମ ଅଭିଯୁକ୍ତ ଖ୍ରୀଷ୍ଟିଆନ୍ ମାଇକେଲ୍ଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମୁଖ୍ୟାଳୟରେ ଆଜି ଦିନ ତମାମ ମାଇକେଲ୍ଙ୍କୁ ଘନଘନ ଜେରା କରିଛି ସିବିଆଇ। ତେବେ, ଜେରା କାଳରେ ମାଇକେଲ କ’ଣ ସବୁ କହିଛନ୍ତି ବା ତାଙ୍କ ଠାରୁ କ’ଣ ସବୁ ଓଗଳା ଯାଇଛି, ସେ ସଂପର୍କରେ କୌଣସି ପ୍ରକାରର ତଥ୍ୟ ଗଣମାଧ୍ୟମକୁ ଦେବାକୁ ମନା କରି ଦେଇଛନ୍ତି ସିବିଆଇ ପ୍ରବକ୍ତା। ବର୍ତ୍ତମାନ ଜେରା ଅବ୍ୟାହତ ରହିଥିବା ଦୃଷ୍ଟିରୁ ଏସଂପର୍କିତ କୌଣସି ପ୍ରକାରର ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିବାକୁ ମନା କରି ଦେଇଛନ୍ତି ସିବିଆଇ ପ୍ରବକ୍ତା। ତେବେ, ସିବିଆଇ ପ୍ରବକ୍ତା କହିଛନ୍ତି ଯେ ତାଙ୍କୁ ତାଙ୍କ ଓକିଲଙ୍କ ସହ ଭେଟ ପାଇଁ ସୁଯୋଗ ଦେବାକୁ ସେ ବୈଦେଶିକ ମନ୍ତ୍ରାଳୟକୁ ଯେଉଁ ଆବେଦନ କରିଥିଲେ, ତାହା ସିବିଆଇର ହସ୍ତଗତ ହୋଇଛି। ଏବଂ ଆଜି ସନ୍ଧ୍ୟାରେ ମାଇକେଲ୍ଙ୍କୁ ତାଙ୍କ ଓକିଲଙ୍କ ସହ ସିବିଆଇ ମୁଖ୍ୟାଳୟ ମଧ୍ୟରେ ସାକ୍ଷାତ୍ ଆଲୋଚନା ପାଇଁ ସୁଯୋଗ ଦିଆଯିବ।
ଉଲ୍ଲେଖଯୋଗ୍ୟ, ଗତକାଲି (ବୁଧବାର) ରାତିରେ ଖ୍ରୀଷ୍ଟିଆନ୍ ମାଇକେଲ୍ଙ୍କୁ ୫ ଦିନ ପାଇଁ ରିମାଣ୍ଡରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ପଠା ଯାଇଥିଲା।
Follow Us