YouTube
ନୂଆଦିଲ୍ଲୀ : ଦୁର୍ନୀତି ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ରେଡ୍କ୍ରସ୍ ସୋସାଇଟିର ଆଞ୍ଚଳିକ ଶାଖାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି।
ମିଳିଥିବା ସୂଚନାନୂଯାୟୀ ତାମିଲନାଡୁ, କେରଳ, ଆସାମ, କର୍ଣ୍ଣାଟକ, ଆଣ୍ଡାମାନ ଏବଂ ନିକୋବରରେ ରେଡ୍କ୍ରସ୍ ସୋସାଇଟିର ଆଞ୍ଚଳିକ ଶାଖାରେ ଦୁର୍ନୀତି ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ଅଭିଯୋଗ ହୋଇଛି। ତାମିଲନାଡ଼ୁରେ ରାଜ୍ୟ ଶାଖା ପରିଚାଳନା ସଂକ୍ରାନ୍ତରେ ଗୁରୁତର ଅଭିଯୋଗ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଛି। ଏହାପରେ ସେ ରେଡକ୍ରସ୍ ସୋସାଇଟିର ଜାତୀୟ ମୁଖ୍ୟାଳୟକୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ପାଇଁ ସ୍ବୀକୃତି ଦେବାକୁ ଅନୁରୋଧ କରିଥିଲେ। କେରଳରେ ମଧ୍ୟ ପାଣ୍ଠି ପରିଚାଳନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ଏବେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି।
Follow Us