କୋଲକାତା: କୋଲକାତାର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ପୀଡ଼ିତା ଗଣ ଦୁଷ୍କର୍ମର ଶିକାର ହୋଇନାହାଁନ୍ତି ବୋଲି ଏକ ସୂତ୍ରରୁ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେକୁ ଖବର ମିଳିଛି।
ଅଗଷ୍ଟ ୧୩ ତାରିଖରେ ସିବିଆଇକୁ ଦିଆଯାଇଥିବା ଏହି ଅନୁସନ୍ଧାନରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଞ୍ଜୟ ରୟଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ପୂର୍ବରୁ ସେ ଗଣଦୁଷ୍କର୍ମର ଶିକାର ହୋଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ଏବେ ରିପୋର୍ଟରେ କିନ୍ତୁ ତାହା ଉଲ୍ଲେଖ ନାହିଁ।
ସୂତ୍ରରୁ ପ୍ରକାଶ ଯେ ଫୋରେନସିକ୍ ରିପୋର୍ଟରେ କୋଲକାତା ପୁଲିସ ସହ ସଂଯୁକ୍ତ ସିଭିିକ ଭୁଲ୍ୟଣ୍ଟର୍ ରୟଙ୍କ ଦ୍ୱାରା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଛି। ଡାକ୍ତରଖାନାର ସେମିନାର ହଲରେ ମହିଳାଙ୍କ ଡାକ୍ତରଙ୍କ ମୃତଦେହ ମିଳିବାର ଗୋଟିଏ ଦିନ ପରେ ତାଙ୍କୁ ଅଗଷ୍ଟ ୧୦ ତାରିଖରେ ଗିରଫ କରାଯାଇଥିଲା।
ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୁପ୍ରିମ୍କୋର୍ଟରେ ଏକ ରିପୋର୍ଟ ଦାଖଲ କରିଛି।
ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଜଷ୍ଟିସ୍ ଜେବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ମଙ୍ଗଳବାର (ଅଗଷ୍ଟ ୨୦)ରେ ଏହି ମାମଲା ଗ୍ରହଣ କରିବା ପରେ ଏହି ମାମଲାର ଶୁଣାଣି କରିଛନ୍ତି କୋର୍ଟ।
Follow Us