ନେଟ୍ ମାମଲା : ଜଣେ ସଂଦିଗ୍ଧକୁ ସିବିଆଇର ପଚରାଉଚୁରା

Advertisment
ସନ୍ଦେଶଖାଲି: ଶାହଜାହାନ ଶେଖର ୩ ସହଯୋଗୀଙ୍କୁ ଗିରଫ କଲା ସିବିଆଇ

YouTube

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି-ନେଟ୍) ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଉତ୍ତରପ୍ରଦେଶର କୁଶୀନଗରରେ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଇନଷ୍ଟାଣ୍ଟ ମେସେଜିଂ ସର୍ଭିସ 'ଟେଲିଗ୍ରାମ'ରେ ପ୍ରଶ୍ନପତ୍ରର କିଛି ଅଂଶ ପୋଷ୍ଟ କରିଥିବା ସନ୍ଦିଗ୍ଧକୁ ଜିଲ୍ଲାର ପଦ୍ରୌନା କୋତୱାଲିକୁ ନିଆଯାଇଥିଲା, ଯେଉଁଠାରେ ସିବିଆଇର ଦୁର୍ନୀତି ନିବାରଣ ଶାଖାର ଏକ ଟିମ୍ ତାଙ୍କୁ ପଚରାଉଚରା କରୁଛି। ସନ୍ଦିଗ୍ଧ ଜଣକ ରାଜସ୍ଥାନର କୋଟାରେ ନେଟ୍ କୋଚିଂ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ୟୁଜିସି-ନେଟ୍ ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ସିବିଆଇ ଗୁରୁବାର ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା। ୟୁଜିସି-ନେଟ୍ ଜରିଆରେ ଭାରତୀୟମାନେ ଭାରତୀୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ପିଏଚଡିରେ ନାମଲେଖା ପାଇଁ ଯୋଗ୍ୟତା ନିର୍ଦ୍ଧାରଣ କରିଥାନ୍ତି। ୨୦୨୪ ମସିହାରେ ଜୁନ୍ ୧୮ତାରିଖରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହାକୁ ବାତିଲ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା। ଏହା ପରେ ଏହି ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe