କୋଇଲା ଦୁର୍ନୀତି ଅଭିଯୋଗରେ ଓଡ଼ିଶା ସମେତ ୩ ରାଜ୍ୟରେ ସିବିଆଇ ଚଢଉ

Advertisment
ଟାଟା ପ୍ରୋଜେକ୍ଟସ୍‌, ପାୱାର ଗ୍ରିଡ୍‌ର ୬ ଅଧିକାରୀ ଗିରଫ: ଲାଞ୍ଚ ମାମଲାରେ ବାନ୍ଧିଲା ସିବିଆଇ

The Economic Times

ଭୁବନେଶ୍ବର : ଆସନସୋଲସ୍ଥିତ ଇଷ୍ଟର୍ଣ୍ଣ କୋଲଫିଲଡରେ ହୋଇଥିବା ଏକ କୋଇଲା ଦୁର୍ନୀତି ଅଭିଯୋଗରେ ଆଜି ସିବିଆଇ ଓଡ଼ିଶା ସମେତ ୩ଟି ରାଜ୍ୟରେ ଚଢଉ କରିଛି ।

ମିଳିଥିବା ସୂଚନା ଅନୁସାରେ ସିବିଆଇ ଓଡ଼ିଶାର ୧୫ଟି ସ୍ଥାନରେ ଚଢଉ କରିଛି । ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ବି ଚଢଉ କରାଯାଇଛି । ଇସିଏଲର ଦୁଇ ମହାପ୍ରବନ୍ଧକ (ଜଣେ ଅବସରପ୍ରାପ୍ତ), ମ୍ୟାନେଜର (ସୁରକ୍ଷା), ଇନସପେକ୍ଟର (ସୁରକ୍ଷା), ଜଣେ କୋଲିଆରୀ ଏଜେଣ୍ଟଙ୍କ ଘରେ ଚଢଉ କରାଯାଇଛି । କମ୍ପାନିର ଜଣେ ମହାପ୍ରବନ୍ଧକଙ୍କ ଘରୁ ନଗଦ ୨୦ ଲକ୍ଷ ଟଙ୍କା, ଜୁଏଲାରୀ ଓ ସମ୍ପତ୍ତି କାଗଜପତ୍ର ଜବତ ହୋଇଛି । ଅନ୍ୟ ଅଭିଯୁକ୍ତମାନଙ୍କ ପାଖରୁ ମଧ୍ୟ କେତେକ ସମ୍ପତ୍ତି କାଗଜପତ୍ର, ଲକର ଆଦି ଜବତ କରାଯାଇଛି ।

ବେଆଇନ କୋଇଲା ଖନନ ଓ ଚାଲାଣ ବିରୋଧରେ ଗତ ବର୍ଷ ନଭେମ୍ବର ୨୭ରେ ସିବିଆଇ ଉକ୍ତ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe