୧୫୦ ସ୍ଥାନରେ ସିବିଆଇ ଚଢ଼ଉ

Advertisment
ନକଲି ଔଷଧ କାରବାର: ସିବିଆଇ ତଦନ୍ତ ପାଇଁ ମାମଲା

ନୂଆଦିଲ୍ଳୀ, : ଦୁର୍ନୀତି ମାମଲାରେ ଆଜି ଦେଶବ୍ୟାପୀ ୧୫୦ଟି ସ୍ଥାନରେ ସିବିଆଇ ଚଢ଼ଉ ହୋଇଛି। ରେଳ ଏବଂ କୋଇଲା ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଗୁଡ଼ିକ ସିବିଆଇ ନଜରରେ ରହିଛି। ଦିଲ୍ଲୀ, ଜୟପୁର, ଯୋଧପୁର, ଗୌହାଟି, ଶ୍ରୀନଗର, ସିଲଂ, ଚଣ୍ଡୀଗଡ଼, ଶିମ୍‌ଲା, ‌ଚେନ୍ନାଇ, ମଦୁରାଇ, କୋଲକାତା, ହାଇଦ୍ରାବାଦ୍‌, ବେଙ୍ଗାଲୁରୁ, ମୁମ୍ବାଇ, ପୁନେ, ଗାନ୍ଧୀନଗର, ଗୋଆ, ଭୋପାଳ, ଜବଲପୁର, ନାଗପୁର, ପାଟନା, ରାଞ୍ଚି, ଗାଜିଆବାଦ୍‌, ଡେରାଡୁନ୍‌ ଏବଂ ଲକ୍ଷ୍ନୌରେ ୧୫୦ରୁ ଅଧିକ ସ୍ଥାନରେ ସିବିଆଇ ଚଢ଼ଉ କରିଛି। ରେଳ ଏବଂ କୋଇଲା ସହ ଫୁଡ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ, ସୀମାଶୁକ୍ଳ ବିଭାଗ, ଶକ୍ତି, ମ୍ୟୁନିସିପାଲ୍‌ କର୍ପୋରେସନ୍‌, ଇଏସ୍‌ଆଇସି, ପରିବହନ, ସିପିଡବ୍ଲ୍ୟୁଡି ଆଦି ବିଭାଗ ସିବିଆଇ ନଜରରେ ଥିବା ଜଣାପଡ଼ିଛି। ସାଧାରଣ ଜନତାଙ୍କୁ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାରୁ ମୁକ୍ତି ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଜ୍‌ ଅଫ୍‌ ଲିଭିଂ’ ସ୍ଥିତିରେ ଉନ୍ନତି ଆଣିବାକୁ ଦେଇଥିବା ଆହ୍ବାନ ଆଧାରରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe