Image Courtesy of India Today
ନୂଆଦିଲ୍ଲୀ/ପାଟନା: ଚାକିରି ପ୍ରତିବଦଳରେ ଜମି ଦୁର୍ନୀତି ମାମଲାରେ ଆଜି ‘ସିବିଆଇ’ ‘ରାଷ୍ଟ୍ରୀୟ ଜନତା ଦଳ’ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ଝିଅ ମିସାଙ୍କ ସମ୍ପୃକ୍ତି ଥିବା ୧୫ଟି ସ୍ଥାନରେ ଚଢ଼ାଉ କରି ଖାନତଲାସ ଚଳାଇଛି।
ଏହି ନୂଆ ମାମଲାରେ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ (ସିବିଆଇ) ଆରମ୍ଭ କରିଥିବା ପ୍ରାରମ୍ଭିକ ତଦନ୍ତକୁ ଏବେ ‘ଏଫ୍ଆଇଆର୍’ରେ ପରିଣତ କରାଯାଇଛି।
ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ କନ୍ୟାଙ୍କ ବିରୋଧରେ ନିଯୁକ୍ତି ପ୍ରତିବଦଳରେ ଜମି ଗ୍ରହଣ ଦୁର୍ନୀତି ସହିତ ଏହି ନୂଆ ମାମଲାର ସମ୍ପୃକ୍ତି ରହିଛି। ଚାକିରି ପ୍ରତିବଦଳରେ ନିର୍ଦ୍ଦିଷ୍ଟ କେତେକ ଜମି ଅଥବା ପ୍ଲଟ୍ ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା।
Image Courtesy of India Todayପ୍ରାପ୍ତ ସୂଚନା ଅନୁସାରେ, ଲାଲୁ ଓ ତାଙ୍କ ପତ୍ନୀ ରାବ୍ରୀ ଏବଂ ସେମାନଙ୍କ କନ୍ୟା ମିସାଙ୍କ ସମ୍ପୃକ୍ତି ଥିବା ବିହାର ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ତଲାସ କରାଯାଉଛି।
ସ୍ମରଣଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତିରେ ‘ଆର୍ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମଞ୍ଜୁର କରାଯିବାର କିଛି ସପ୍ତାହ ପରେ ଉପରୋକ୍ତ ମାମଲା ଆରମ୍ଭ ହୋଇଛି। ଗୋଖାଦ୍ୟ ଦୁର୍ନୀତିର ଆଉ ୪ଟି ମାମଲାରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ଏହାଛଡ଼ା, ୫ମ ତଥା ଚୂଡ଼ାନ୍ତ ଗୋଖାଦ୍ୟ ଦୁର୍ନୀତିରେ ବି ସେ ଅଭିଯୁକ୍ତ ଅଟନ୍ତି।
Follow Us