ବନ୍ଧୁକ ଲାଇସେନ୍‌ସ୍‌ ଦୁର୍ନୀତିରେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ଘର ସମେତ ଜମ୍ମୁ ଓ କଶ୍ମୀରସ୍ଥିତ ୪୦ ସ୍ଥାନରେ ଚଢ଼ାଉ କଲା ‘ସିବିଆଇ’

ବନ୍ଧୁକ ଲାଇସେନ୍‌ସ୍‌ ଦୁର୍ନୀତିରେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ଘର ସମେତ ଜମ୍ମୁ ଓ କଶ୍ମୀରସ୍ଥିତ ୪୦ ସ୍ଥାନରେ ଚଢ଼ାଉ କଲା ‘ସିବିଆଇ’

ଶ୍ରୀନଗର: ବେଆଇନ ବନ୍ଧୁକ ଲାଇସେନ୍‌ସ୍‌ରେ ଜଡ଼ିତ ଶ୍ରୀନଗରସ୍ଥିତ ଜମ୍ମୁ ଓ କଶ୍ମୀରର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶାହିଦ ଇକ୍‌ବାଲ୍ ଚୌଧୁରୀଙ୍କ ବାସ ଭବନ ସମେତ ଆଜି ସକାଳେ ସିବିଆଇ ଜମ୍ମୁ ଓ କଶ୍ମୀର ଏବଂ ଦିଲ୍ଲୀର ୪୦ଟି ସ୍ଥାନରେ ଚଢ଼ାଉ କରିଛି।

ଜମ୍ମୁ ଓ କଶ୍ମୀରର ଶ୍ରୀନଗର, ଉଧାମପୁର, ରଜୌରି, ଅନନ୍ତନାଗ ଏବଂ ବାରମୂଳାର କେତେକ ସ୍ଥାନରେ ଚଢ଼ାଇ ହୋଇଛି।

publive-image Image Courtesy of ANI

ସମ୍ପ୍ରତି ଚୌଧୁରୀ ଜମ୍ମୁ ଓ କଶ୍ମୀରର ଆଦିମଜନଜାତି ବ୍ୟାପାରର ସଚିବ ଏବଂ ମିସନ୍‌ ୟୁଥ୍‌ର ସିଇଓ ଅଛନ୍ତି। ପୂର୍ବରୁ ସେ କାଠୁଆ, ରିସାଇ, ରାଜୌରି ଏବଂ ଉଧାମପୁର ଜିଲ୍ଲାରେ ଡେପୁଟି କମିସନର୍‌ ଭାବେ ଅବସ୍ଥାପିତ ‌ହୋଇଥିଲେ। ସେ ସମୟରେ ସେ ବେଆଇନ ଭାବେ ଜାଲ୍ ନାମରେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଲୋକମାନଙ୍କୁ ହଜାର ହଜାର ସଂଖ୍ୟକ ଲାଇସେନ୍‌ସ୍‌ ପ୍ରଦାନ କରିଥିଲେ।

publive-image Image Courtesy of NDTV

ଏହି ମାମଲାରେ ଅନ୍ୟୂନ ୮ଜଣ ପୂର୍ବତନ ଡେପୁଟି କମିସନର୍‌ଙ୍କୁ ତଦନ୍ତ କରାଯାଉଛି।

୨୦୧୨ରୁ ଜମ୍ମୁ ଓ କଶ୍ମୀରରୁ ବେଆଇନ ଭାବେ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ବନ୍ଧୁକ ଲାଇସେନ୍‌ସ୍‌ ଦିଆଯାଇଛି। ଏହାକୁ ଭାରତର ସବୁଠୁ ବଡ଼ ବନ୍ଧୁକ ଲାଇସେନ୍‌ସ୍‌ ରାକେଟ୍‌ ବୋଲି ବିଶ୍ବାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe