ପଶ୍ଚିମବଂଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ଚଢ଼ଉ

ପଶ୍ଚିମବଂଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ଚଢ଼ଉ

The Business Post

କୋଲକାତା : ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ ମଳୟ ଘଟକ କୋଇଲା ଦୁର୍ନୀତି ମାମଲାରେ ବୁଧବାର ସିବିଆଇ ଚଢ଼ଉର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଘର ସମେତ ଅଧଡଜନ ସମ୍ପତ୍ତି ଉପରେ ସିବିଆଇ ଅଧିକାରୀମାନେ ଏକା ସମୟରେ ଚଢ଼ଉ କରିଥିଲେ। ସିବିଆଇ ଟିମ୍ ଘଟକଙ୍କ ପଶ୍ଚିମ ବର୍ଦ୍ଧମାନ ଜିଳ୍ଲାର ଆସନ‌ସୋଲ-ସ୍ଥିତ ବାସଭବନ ତଥା କୋଲକାତାର ଆଲିପୁର, ଲେକ୍ ଗାର୍ଡେନ ଓ ରାଜଭବନ ନିକଟରେ ଥିବା ଘରମାନଙ୍କରେ ଚଢ଼ଉ କରିଥିଲା। ବାରମ୍ବାର ସମନ ଜାରି କରାଯିବା ସତ୍ତ୍ବେ ଘଟକ ସିବିଆଇ କାର୍ଯ୍ୟାଳୟରେ ହାଜର ନ ହେବାରୁ ଚଢ଼ଉ କରିବାକୁ ପଡ଼ିଲା ବୋଲି ଅଧିକାରୀମାନେ କହିଛନ୍ତି। କୋଇଲା ଦୁର୍ନୀତି ନେଇ ୨୦୨୦ ନଭେମ୍ବରରୁ ଏହି ମାମଲା ଚାଲିଛି। ୨୦୨୨ ଜୁଲାଇ ମାସରେ ଏହି ମାମଲାରେ ବିଭିନ୍ନ ନେତା ଓ ଅଫିସରଙ୍କ ସମେତ ୪୧ ଜଣଙ୍କ ନାମରେ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe