କୋଲ୍‌କାତା ପୁଲିସ କମିସନର୍‌ଙ୍କୁ ପଚରା ଉଚୁରା କରିବାକୁ ପାଞ୍ଚଜଣିଆ ଟିମ୍‌ ପ୍ରସ୍ତୁତ କଲା ସିବିଆଇ

କୋଲ୍‌କାତା ପୁଲିସ କମିସନର୍‌ଙ୍କୁ ପଚରା ଉଚୁରା କରିବାକୁ ପାଞ୍ଚଜଣିଆ ଟିମ୍‌ ପ୍ରସ୍ତୁତ କଲା ସିବିଆଇ

କୋଲ୍‌କାତା: କୋଲ୍‌କାତା ପୁଲିସ କମିସନର୍‌ ରାଜୀବ କୁମାରଙ୍କୁ ପଚରା ଉଚୁରା କରିବା ଲାଗି ଡିଏସ୍‌ପି ପାହ୍ୟା ଅଧିକାରୀ ତଥାଗତ ବର୍ଦ୍ଧନଙ୍କ ନେତୃତ୍ୱରେ ସିବିଆଇ ଏକ ପାଞ୍ଚଜଣିଆ ଟିମ୍‌ ପ୍ରସ୍ତୁତ କରିଛି। ମଙ୍ଗଳବାର ଅପରାହ୍ଣରେ କୁମାରଙ୍କ ଠାରୁ ପତ୍ର ପାଇଥିବା ସିବିଆଇ ତାଙ୍କୁ ତାଙ୍କର ଶିଲଙ୍ଗ୍‌ ଅଫିସ୍‌ରେ ପଚରା ଉଚୁରା କରିବାକୁ ତାରିଖ ଧାର୍ଯ୍ୟ କରି ନାହିଁ।

ନୂଆଦିଲ୍ଲୀ ଅନ୍ତର୍ଗତ ଲୋଧି ରୋଡ୍‌ ଠାରେ ଥିବା ସବିଆଇ କାର୍ଯ୍ୟାଳୟରେ ମଙ୍ଗଳବାର ଦିନ ଏହି ମାମଲା ସଂକ୍ରାନ୍ତରେ କେତେଗୁଡ଼ିଏ ବୈଠକ ବସିଥିଲା। ହଜି ଯାଇଥିବା କାଗଜପତ୍ର ଓ ପ୍ରମାଣ ସଂକ୍ରାନ୍ତରେ କୁମାରଙ୍କୁ ପଚରା ଉଚୁରା କରାଯିବ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି।

ତଦନ୍ତକାରୀମାନେ କହିଛନ୍ତି କି, ତଥାପି କିଛି ପ୍ରମାଣ କୁମାରଙ୍କ ପାଖରେ ରହିଛି। ସେଗୁଡ଼ିକୁ ଉଦ୍ଧାର କରାଯିବା ଜରୁରୀ। ସବୁଠୁ ବିଶ୍ୱସ୍ତ କର୍ମଚାରୀ ଅମ୍‌ରିନ୍‌ ଆରାଙ୍କୁ ସାରଦା ମାଷ୍ଟର୍‌ମାଇଣ୍ଡ୍‌ ସୁଦିପ୍ତ ସେନ୍‌ ଦେଇଥିବା ପେନ୍‌ଡ୍ରାଇଭ୍‌ଟିକୁ ସିବିଆଇ ଖୋଜାଖୋଜି କରୁଛି। ଏହାକୁ ତଦନ୍ତକାରୀ ଟିମ୍‌କୁ ହସ୍ତାନ୍ତର କରାଯାଇଥିଲା। ଏଥିରେ ୨୦୧୦ ଏବଂ ୨୦୧୩ ମସିହା ମଧ୍ୟରେ ଆଦାୟ ଅର୍ଥର ତଥ୍ୟ ଏବଂ ଜଣେ ପୂର୍ବତନ ତୃଣମୂଳ କଂଗ୍ରେସ ମନ୍ତ୍ରୀଙ୍କ ମାଲିକାନାରେ ଥିବା ଲ୍ୟାଣ୍ଡ୍‌ମାର୍କ ସିମେଣ୍ଟ୍‌ କରିଥିବା ବିବାଦୀୟ କାରବାରର ତଥ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe