ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେଲା ସିବିଆଇ

Advertisment
ଶିକ୍ଷକ ନିଯୁକ୍ତି ଦୁର୍ନୀତି: ପାର୍ଥ ଚାଟାର୍ଜୀଙ୍କ ଜେଲ ହେପାଜତ ୨୮ ପର୍ଯ୍ୟନ୍ତ ବୃଦ୍ଧି

କୋଲକାତା : ଶିକ୍ଷକ ଦୁର୍ନୀତି ତଥା ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ବରିଷ୍ଠ ଟିଏମ୍‌ସି ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଆଜି ସିବିଆଇ ରିମାଣ୍ଡରେ ନେଇଛି। ତାଙ୍କୁ ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ନେବାକୁ କୋଲକାତା କୋର୍ଟ ମଂଜୁରି ଦେଇଛନ୍ତି। ମାମଲାର ତଦନ୍ତ ଓ ଅଧିକ ଜେରା ପାଇଁ ପାର୍ଥଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଗତକାଲି କୋର୍ଟରେ ଆବେଦନ କରିଥିବା ବେଳେ ଆଜି ଅଦାଲତ ଏହି ଆବେଦନକୁ ଗ୍ରହଣ କରି ୨୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ ଅନୁମତି ଦେଇଛନ୍ତି। ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଘରୁ ପ୍ରାୟ ୫୦ କୋଟି ନଗଦ ଟଙ୍କା ଓ ବିପୁଳ ସୁନା ଅଳଙ୍କାର ମିଳିବା ପରେ ଇଡି ଉଭୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe