ଦୋଷୀ ଚିହ୍ନଟ ମାମଲାରେ ନିଜକୁ ୧୦୦ରୁ ୭୦ ମାର୍କ ଦେଲା ସିବିଆଇ

ମାଲଗୋଦାମ ସମେତ ୮ ଜାଗାରେ ସିବିଆଇ ଚଢ଼ଉ

Image Courtesy of India TV

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ କରାଯାଉଥିବା ମାମଲାଗୁଡ଼ିକରେ ସଫଳତା ହାର (ଦୋଷୀ ଚିହ୍ନଟ ଓ ଦୋଷୀଙ୍କୁ ଦଣ୍ଡ)କୁ ନେଇ ସୁପ୍ରିମକୋର୍ଟ ସିବିଆଇକୁ ଜବାବ ତଲବ କରିଥିଲେ | ଆଉ ବର୍ତ୍ତମାନ ସିବିଆଇ କୋର୍ଟକୁ ସୂଚନା ଦେଇ କହିଛି ଯେ ପ୍ରାୟ ୬୫ ରୁ ୭୦ ପ୍ରତିଶତ ମାମଲାରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି | ଅଗଷ୍ଟ ୨୦୨୨ ସୁଦ୍ଧା ଏହି ହାର ୭୫ ପ୍ରତିଶତ ପର୍ଯ୍ୟନ୍ତ ଛୁଇଁବ ବୋଲି ସିବିଆଇ କହିଛି | ସିବିଆଇ ନିର୍ଦ୍ଦେଶକ ଏସ.କେ ଜୈସୱାଲ କହିଛନ୍ତି ଯେ ଏଜେନ୍ସି ୨୦୨୦ରେ ୬୯.୮୩ ପ୍ରତିଶତ ଏବଂ ୨୦୧୯ରେ ୬୯.୧୯ ପ୍ରତିଶତ ସଫଳତା ହାସଲ କରିଛି।

ସେ କହିଛନ୍ତି ଯେ ଅଗଷ୍ଟ ୨୦୨୨ ସୁଦ୍ଧା ସଫଳତା ହାରକୁ ୭୫ ପ୍ରତିଶତରେ ପହଞ୍ଚାଇବାକୁ ସିବିଆଇ ପ୍ରୟାସ କରୁଛି। ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା ପରେ ଏହି ରିପୋର୍ଟ ଆସିଥିବାର ସିବିଆଇ ସୁପ୍ରିମକୋର୍ଟରେ କହିଛି। ସିବିଆଇ କହିଛି ଯେ ବର୍ତ୍ତମାନ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ରାଜସ୍ଥାନ, ଛତିଶଗଡ ଏବଂ ମିଜୋରାମରେ ସିବିଆଇକୁ ମାମଲାର ଅନୁସନ୍ଧାନ ପାଇଁ ସହଯୋଗ କରାଯାଉନାହିଁ | ଦିଲ୍ଲୀ ବିଶେଷ ପୁଲିସ ପ୍ରତିଷ୍ଠାନର ଅଧିନିୟମ ଧାରା ୬ ଅନୁଯାୟୀ ସିବିଆଇକୁ ଦିଆଯାଇଥିବା ସ୍ୱତନ୍ତ୍ର ଅଧିକାରକୁ ପ୍ରତ୍ୟାହାର କରିନିଆଯାଇଛି |

ଯାହାଦ୍ୱାରା ଏସବୁ ରାଜ୍ୟରେ ତ୍ୱରିତ ଯାଞ୍ଚରେ ବାଧା ଉତ୍ପନ୍ନ ହେଉଛି | ସୂଚନା ଥାଉ କି ସୁପ୍ରିମକୋର୍ଟ ସିବିଆଇକୁ ପଚାରିଥିଲେ ଯେ କେତେଗୋଟି ମାମଲାକୁ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟରେ ଉପସ୍ଥାପନ କରି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଏଜେନ୍ସି ସଫଳ ହୋଇଛି | ଯେଉଁ ସବୁ ମାମଲାଗୁଡିକରେ ସିବିଆଇ ତଦନ୍ତ କରିବାରେ ସଫଳ ହୋଇଛି ସେସବୁ ସୁପ୍ରିମକୋର୍ଟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ସେହିପରି ଆଇନଗତ ପ୍ରକ୍ରିୟା ସଂପର୍କରେ ଏଜେନ୍ସିକୁ ମଜବୁତ କରିବା ପାଇଁ ସିବିଆଇ ନିର୍ଦ୍ଦେଶକ କେଉଁ ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe