ନୂଆଦିଲ୍ଲୀ: ୩,୬୦୦ କୋଟିର ଅଗସ୍ତା େଓ୍ଵଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ହାତରେ ଗିରଫ ହୋଇଥିବା ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମାଇକେଲ୍ଙ୍କୁ ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ଆଜି ଆଉ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ଦେଇଛନ୍ତି। ପ୍ରଥମ ଦଫାରେ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ଯାଇଥିବା ଖ୍ରୀଷ୍ଟିଆନ୍ ମାଇକେଲ୍ଙ୍କ ରିମାଣ୍ଡ ଅବଧି ଗତକାଲି ଶେଷ ହେବା ପରେ ସିବିଆଇ ପକ୍ଷରୁ ଆଜି ତାଙ୍କୁ ପାଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଥିଲା। ତେବେ, ଖ୍ରୀଷ୍ଟିଆନ୍ ମାଇକେଲ୍ ସିବିଆଇକୁ ତଦନ୍ତରେ ସହଯୋଗ କରୁ ନଥିବା ଦର୍ଶାଇ ତାଙ୍କୁ ଆଉ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ। ଅନ୍ୟପକ୍ଷରେ ଖ୍ରୀଷ୍ଟିଆନ୍ ମାଇକେଲ୍ ତାଙ୍କୁ ରାଜନୈତିକ ଅଭିସନ୍ଧି ରଖି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ସିବଆଇ ଗିରଫ କରି ଅଯଥା ହଇରାଣ ହରକତ କରୁଛି ବୋଲି ଅଦାଲତଙ୍କୁ କହିଥିଲେ। ତେବେ, ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ଖ୍ରୀଷ୍ଟିଆନ୍ ମାଇକେଲ୍ଙ୍କୁ ଆଜି ଆଉ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ଦେଇଛନ୍ତି।
ଆଉ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ଗଲେ ଖ୍ରୀଷ୍ଟିଆନ୍ ମାଇକେଲ୍
Advertisment
Follow Us