ଚଢ଼ାଉ ବେଳେ ‘ସିବିଆଇ’ ଅତ୍ୟନ୍ତ ଗୋପନୀୟ କାଗଜପତ୍ର ଜବତ କରିଛି: କାର୍ତି ଚିଦମ୍ବରମ୍‌

ଚଢ଼ାଉ ବେଳେ ‘ସିବିଆଇ’ ଅତ୍ୟନ୍ତ ଗୋପନୀୟ କାଗଜପତ୍ର ଜବତ କରିଛି: କାର୍ତି ଚିଦମ୍ବରମ୍‌

Image Courtesy of India Today

ନୂଆଦିଲ୍ଲୀ: ଚୀନା କର୍ମଚାରୀମାନଙ୍କୁ ବେଆଇନ ‘ଭିସା’ କରାଇଦେବା ଲାଞ୍ଚ ମାମଲାରେ ଚଢ଼ାଉ ବେଳେ ‘ସିବିଆଇ’ର କେତେକ ଅଧିକାରୀ ଅତ୍ୟନ୍ତ ଗୋପନୀୟ ଦଲିଲ ଜବତ କରିଥିବା କଥା କଂଗ୍ରେସ ସାଂସଦ କାର୍ତି ଚିଦମ୍ବରମ୍‌ ଅଭି‌ଯୋଗ କରିଛନ୍ତି।

ଲୋକସଭାର ବାଚସ୍ପତିଙ୍କ ପ୍ରତି ଲିଖିତ ପତ୍ରରେ କାର୍ତି କହିଛନ୍ତି, ଏହି ତଥାକଥିକ ଚଢ଼ାଉ ବେଳେ ‘ସିବିଆଇ’ ନିର୍ଦ୍ଦିଷ୍ଟ କେତେ ଜଣ ଅଧିକାରୀ ମୋର କେତେକ ଅତ୍ୟନ୍ତ ଗୋପନୀୟ ତଥା ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଗତ ରେକର୍ଡ ଓ ମୁଁ ସଦସ୍ୟ ଥିବା ‘ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ କମିଟି ଫର୍‌ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ଟେକ୍ନୋଲୋଜି’ ସମ୍ବନ୍ଧୀୟ ଦଲିଲ୍‌ ଜବତ କରିଛନ୍ତି।

ମୁଁ ସମ୍ପୂର୍ଣ୍ଣ ବେଆଇନ ଏବଂ ଅସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନର ସରବ୍ୟ ହୋଇଛି। ମୋର ଆଦୌ ସମ୍ପୃକ୍ତି ନ ଥିବା ଭାରତ ସରକାରଙ୍କ ୧୧ ବର୍ଷ ପୁରୁଣା ନିଷ୍ପତ୍ତିର ତଦନ୍ତ କରିବା ବେଳେ ‘ସିବିଆଇ’ ଦିଲ୍ଲୀସ୍ଥିତ ମୋ ବାସଭବନରେ ଚଢ଼ାଉ କରିଛି ବୋଲି ସେ ଲେଖିଛନ୍ତି।

publive-image Image Courtesy of Firstpost

ସେ ଆହୁରି ମଧ୍ୟ କହିଛନ୍ତି, ସାକ୍ଷୀମାନେ କମିଟିକୁ ଦେଇଥିବା ପ୍ରମାଣ ସଂକ୍ରାନ୍ତରେ ମୁଁ ହାତରେ ଲେଖିଥିବା ଚିଟାଉଗୁଡ଼ିକୁ ମଧ୍ୟ ଜବତ କରାଯାଇଛି। ଏହାର କାରଣ ‘ସିବିଆଇ’କୁ ଉତ୍ତମରୂପେ ଜଣାଅଛି। ସେମାନଙ୍କୁ ଚୁପ୍‌ କରାଇବା ଲାଗି କେନ୍ଦ୍ର ସରକାର ତାଙ୍କ ନାମରେ ଏବଂ ତାଙ୍କ ପରିବାର ଲୋକମାନଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରୁଛନ୍ତି।

ଅଭିଯୋଗ ହୋଇଥିବା ଲାଞ୍ଚ ମାମଲାରେ ଜାତୀୟ ରାଜଧାନୀରେ ଥିବା ‘ସିବିଆଇ’ର ମୁଖ୍ୟାଳୟରେ କ୍ରମାଗତ ଦ୍ବିତୀୟ ଦିନରେ ମଧ୍ୟ କାର୍ତିଙ୍କୁ ଜେରା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe