କେସିଆର୍‌ଙ୍କ ଝିଅ କବିତାଙ୍କୁ ସିବିଆଇ ସମନ

Advertisment
କେସିଆର୍‌ଙ୍କ ଝିଅ କବିତାଙ୍କୁ ସିବିଆଇ ସମନ

ABP News

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ କବିତାଙ୍କୁ ଜେରା ପାଇଁ ସମନ କରିଛି। କବିତାଙ୍କର ମଦ ବ୍ୟବାସାୟୀ ସଂଗଠନ ସହ ସିଧାସଳଖ ସଂପୃକ୍ତି ଥିବା ‌ଅଭିଯୋଗ ହୋଇଥିବା ବେଳେ ସେ ୧୦୦ କୋଟି ଟଙ୍କା ଲାଞ୍ଚ କାରବାରରେ ସାମିଲ ଥିବା ନେଇ କେତେକ ପ୍ରମାଣ ମିଳିଛି। ଏ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବା ପରେ ସିବିଆଇ ତାଙ୍କୁ ଜେରା କରିବାକୁ ସମନ କରିଛି। ଡିସେମ୍ବର ୬ରେ କବିତାଙ୍କୁ ଜେରା ପାଇଁ ହାଜର ହେବାକୁ କୁହାଯାଇଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଅଦାଲତରେ ଇଡି ଦାଖଲ କରିଥିବା ରିପୋର୍ଟରେ ମଧ୍ୟ କବିତାଙ୍କ ନାମ ଉଲ୍ଲେଖ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe