ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା : ବିଭିନ୍ନ ରାଜ୍ୟରେ ରୁଜ୍ଜୁ ମାମଲାଗୁଡ଼ିକୁ ନିଜ ହାତକୁ ନେଲା ସିବିଆଇ

Advertisment
‘ସିବିଆଇ’ ନିର୍ଦେଶକ ମନୋନୟନ ସଂକ୍ଷିପ୍ତ ତାଲିକାରେ ୩ଜଣ ପ୍ରାର୍ଥୀ; ସର୍ବାଗ୍ରେ କର୍ଣ୍ଣାଟକ ‘ଡିଜିପି’

Image Courtesy of India Today

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ଏଫଆଇଆର ରୁଜୁ କରିବା ପରେ ସିବିଆଇ ତଦନ୍ତକୁ ଜୋରଦାର କରିଛି। ସିବିଆଇ ବିହାର, ଗୁଜରାଟର ଗୋଧ୍ରା ଏବଂ ରାଜସ୍ଥାନରେ ୩ଟି ଏବଂ ଅନ୍ୟ ୫ଟି ରାଜ୍ୟରେ ନିଟ୍ ପରୀକ୍ଷାରେ ଅନିୟମିତତା ସମ୍ପର୍କିତ ମାମଲାକୁ ନିଜ ହାତକୁ ନେଇଛି। ଏବେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିଜେ ଏହି ସବୁ ମାମଲାର ତଦନ୍ତ କରିବ।

ସିବିଆଇ ରାଜ୍ୟ ପୁଲିସଠାରୁ ସମସ୍ତ ମାମଲାର ଫାଇଲ ନେଇ ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀ ସଂସ୍ଥା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିହାର ମାମଲା, ଯେଉଁଠାରେ ପ୍ରଶ୍ନପତ୍ର ଲିକ୍ ମାମଲା ସାମ୍ନାକୁ ଆସୁଛି। ସେଠାରେ ସିବିଆଇକୁ ପ୍ରଶ୍ନପତ୍ର ଲିକ୍ ଷଡ଼ଯନ୍ତ୍ର ମଡ୍ୟୁଲ୍ ର ତଦନ୍ତ କରିବାକୁ ପଡ଼ିବ।

ସିବିଆଇ ସଂସ୍ଥା ତଦନ୍ତ କରୁଛି ଯେ ଏସମସ୍ତ ଘଟଣାର ଖିଅ ଗୋଟିଏ  ସ୍ଥାନରେ ଯୋଡ଼ି ହୋଇଛି କି ନାହିଁ। ବିହାରରେ ନିଟ୍ ପରୀକ୍ଷାକୁ ନେଇ ବିଭିନ୍ନ ପ୍ରକାର ଖୁଲାସା ହେଉଛି। ପେପର ଲିକ୍ ଘଟଣାରେ ଚିଣ୍ଟୁ, ପ୍ରଭାତ ରଞ୍ଜନ ଓ ସଞ୍ଜୀବ ମୁଖିଆଙ୍କ ସମେତ ଅନ୍ୟ ମାନଙ୍କ ଭୂମିକାକୁ ସ୍ଥାନୀୟ ପୁଲିସ ସ୍ୱୀକାର କରିଛି।

ତେବେ ଗୋଧ୍ରା ଓ ରାଜସ୍ଥାନର ମାମଲା ଟିକେ ଅଲଗା । ଗୋଧ୍ରାରେ ପରୀକ୍ଷାର୍ଥୀଙ୍କ ବଦଳରେ ଅନ୍ୟ କେହି ପରୀକ୍ଷା ଦେବା ମାମଲା ରହିଛି ।  ସେଠାରେ ଚଢ଼ାଉ କରି ସ୍ଥାନୀୟ ପୁଲିସ ଏକ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe