Image Courtesy of Hindustan Times
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସକ୍ରମେ ମଙ୍ଗଳବାର ଦିନ ‘ସିବିଆଇ’ ଲକ୍ଷ୍ନୌ ପୁଲିସ ଠାରୁ ‘ଟିଆର୍ପି’ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିଛି।
କମଳ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ରୁଜୁ କରାଯାଇଥିବା ମାମଲା ‘ସିବିଆଇ’କୁ ହସ୍ତାନ୍ତର କରାଯାଇଛି। ଅଜ୍ଞାନ୍ତ ବ୍ୟକ୍ତିମାନଙ୍କ ବିରୋଧର ‘ଏଫ୍ଆଇଆର୍’ ଦାଏର କରାଯାଇଛି। ଜାଲିଆତି ଦ୍ବାରା ‘ଟିଆର୍ପି’ ପରିବର୍ତ୍ତନ କରାଯାଉଛି ବୋଲି ଏଥିରେ ଅଭିଯୋଗ କରାଯାଇଛି।
Image Courtesy of Money Controlମାମଲା ରୁଜୁ କରି ମୁମ୍ବାଇ ପୁଲିସ ଚଳିତ ମାସରେ ଏହି ଦୁର୍ନୀତି ଲୋକଲୋଚନକୁ ଆଣିଥିଲା। ବିଜ୍ଞାପନରୁ ଅଧିକ ରାଜସ୍ବ ପାଇବା ଲାଗି ‘ଟିଆର୍ପି’ ଜାଲିଆତି କରାଯାଉଥିବା କୁହାଯାଉଛି। ଅଭିଯୋଗ ଆସିଥିବା ଚାରି ଚାନେଲ୍ ମଧ୍ୟରୁ ‘ରିପବ୍ଲିକ୍ ଟିଭି’ ଅନ୍ୟତମ। ଏହି ଦୁର୍ନୀତିରେ ସମ୍ପୃକ୍ତ ଦୁଇଟି ମରାଠୀ ଚାନେଲ୍ ‘ବକ୍ସ୍ ସିନେମା’ ଏବଂ ‘ଫକ୍ତ୍ ମରାଠୀ’ର ମାଲିକଙ୍କୁ ଗିରଫକରାଯାଇଛି। ଏହାଛଡ଼ା, ଏପର୍ଯ୍ୟନ୍ତ ଏହି ମାମଲାରେ ସମ୍ପୃକ୍ତ ଛଅଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ସାରିଲାଣି।
Follow Us