‘ମନି ଲଣ୍ଡ୍ରିଙ୍ଗ୍‌’ ମାମଲାରେ ପତ୍ନୀ ରୁଜିରାଙ୍କୁ ଜେରା କରିବାକୁ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଲା ସିବିଆଇ

‘ମନି ଲଣ୍ଡ୍ରିଙ୍ଗ୍‌’ ମାମଲାରେ ପତ୍ନୀ ରୁଜିରାଙ୍କୁ ଜେରା କରିବାକୁ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଲା ସିବିଆଇ

Odisha Bytes

କୋଲକାତା: ପଶ୍ଚିମବଙ୍ଗରେ ହୋଇଥିବା କୋଇଲା ଦୁର୍ନୀତି ସହିତ ଜଡ଼ିତ ‘ମନି ଲଣ୍ଡ୍ରିଙ୍ଗ୍‌’ ମାମଲାରେ ଜେରା କରିବା ଲାଗି ସିବିଆଇ ‘ତୃଣମୂଳ କଂଗ୍ରେସ’ ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଛି। ସେଠାରେ ସିବିଆଇ ଟିମ୍ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିବ ବୋଲି ସୂଚନା ରହିଛି। ‘ମନି ଲଣ୍ଡ୍ରିଙ୍ଗ୍‌’ ମାମଲାରେ ସିବିଆଇ ଗତ ମାର୍ଚ ମାସରେ ସମନ୍‌ ପଠାଇଥିଲା।

ଗତ ବର୍ଷ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ‘ତୃଣମୂଳ କଂଗ୍ରେସ’ର ଜାତୀୟ ସଚିବ ସାଂସଦ ଅଭିଷେକ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ନିର୍ଦେଶ ଦିଆଯାଇଥିଲା। ପୂର୍ବରୁ ସେପ୍ଟେମ୍ବର ୧୦ରେ ଉଭୟଙ୍କ ପ୍ରତି ଜାରି ହୋଇଥିବା ସମନ୍‌ ବିରୋଧରେ ମଧ୍ୟ ଅଦାଲତରେ ଆବେଦନ କରିଥିଲେ। ଆବେଦନରେ ସେମାନେ ଲେଖିଥିଲେ କି, ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ସେମାନଙ୍କୁ ଦିଲ୍ଲୀରେ ହାଜର ହେବାକୁ ସମନ୍‌ ଦିଆ ନ ଯାଉ। ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ବାନାର୍ଜୀଙ୍କୁ ଥରେ ମାତ୍ର ଜେରା କରାଯାଇଥିଲା।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର କୁନୁସ୍ତୋରିଆ ଓ କାଜୋରା ଅଞ୍ଚଳ ଏବଂ ଆସାନସୋଲ୍‌ ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍‌ଫିଲଡ୍‌ସ୍‌ ଲିମିଟେଡ୍‌’ର ଖଣିରେ କୋଟି କୋଟି ଟଙ୍କାର ଦୁର୍ନିତି ହୋଇଥିବା ସଂକ୍ରାନ୍ତରେ ‘ସିବିଆଇ’ ଏତଲା ଦାଏର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe