Khas Khabar
ହାଥ୍ରସ: ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରିବାର ଗୋଟିଏ ଦିନ ପରେ ସିବିଆଇ ଟିମ୍ ଉତ୍ତରପ୍ରଦେଶ ପୁଲିସ୍ଠାରୁ ଏହି ମାମଲାର ସମସ୍ତ ରେକର୍ଡ ସଂଗ୍ରହ କରିବା ପାଇଁ ମଙ୍ଗଳବାର ଦିନ ହାଥ୍ରସରେ ପହଞ୍ଚିଛି।
ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ସୂତ୍ରରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଏହି ଘଟଣାର ତଦନ୍ତ ଅଧିକାରୀ କିଛି ଏଜେନ୍ସି ଅଧିକାରୀଙ୍କ ସହ ମିଶି ଯୁବତୀଙ୍କର କିଛି ଆବଶ୍ୟକୀୟ ଡାକ୍ତରୀ ରିପୋର୍ଟ ସଂଗ୍ରହ କରିବେ, ଯାହାକି ତଦନ୍ତରେ ସହାୟକ ହେବ। ଆପଣ ଜାଣିଥିବେ ନିଶ୍ଚୟ ଯେ ସିବିଆଇ ଟିମ୍ ପହଞ୍ଚିବା ପୂର୍ବରୁ ବିବାଦୀୟ ହାଥ୍ରସ ଅଞ୍ଚଳରେ ବହୁ ସଂଖ୍ୟକ ପୁଲିସ୍ ନିୟୋଜିତ ହୋଇଥିଲେ।
ସିବିଆଇ ରବିବାର ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ମାମଲାର ତଦନ୍ତ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୪ ତାରିଖରେ କିଛି ଯୁବକ ମିଶି ୧୯ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ସେପ୍ଟେମ୍ବର ୨୯ ତାରିଖରେ ପୀଡ଼ିତା ଯୁବତୀ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
Follow Us