ମମତା ବାନାର୍ଜୀଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ପଚରାଉଚରା ପାଇଁ ସମନ ଦେଲା ସିବିଆଇ

କେବଳ କୋଇଲା ଚୋରାଚାଲାଣ ନୁହେଁ, ଗୋ ଚୋରାଚାଲାଣ କାରବାର ସହ ବି ମମତା ବାନାର୍ଜୀଙ୍କ ପରିବାର ଜଡ଼ିତ: କୈଳାସ ବିଜୟବର୍ଗୀୟ

indiatoday

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସରଗରମ ହେବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି । ରାଜନୈତିକ ହିଂସା ପରେ ଏବେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ସାଂସଦ ଥିବା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଛି ସିବିଆଇ ଟିମ୍ । କୋଇଲା ଚୋରା ଚାଲଣ ଘଟଣାରେ ପଚରାଉଚରା କରିବାକୁ ସିବିଆଇ ଟିମ୍ ଏକ ନୋଟିସ ନେଇ ଅଭିଷେକଙ୍କ ଘରେ ପହଞ୍ଚିଛି । ଅଭିଷେକଙ୍କ ଘରେ ସିବିଆଇ ଦେଇଥିବା ସମନ ମୁତାବକ ଅଭିଷେକଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ କୋଇଲା ଚୋରା ଚାଲାଣ ନେଇ ୨୪ ଘଣ୍ଟା ମଧ୍ୟରେ ପଚରାଉଚରା କରାଯିବ । ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସିବିଆଇର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଅଭିଯୋଗ ହେଉଛି ଯେ, କୋଇଲା ମାଫିଆ ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ନେତାମାନଙ୍କୁ ନିୟମିତ ଟଙ୍କା ପ୍ରଦାନ କରୁଥିଲେ। ଏହି ଟଙ୍କା ଦଳର ଯୁବ ନେତା ବିନୟ ମିଶ୍ରଙ୍କ ମାଧ୍ୟମରେ ବିଭିନ୍ନ କାମରେ ଲାଗୁଥିଲା, ଯିଏ ଏବେ ଫେରାର ଅଛନ୍ତି। ତାଙ୍କ ବିରୋଧରେ ସିବିିଆଇ ଜାମିନ ବିହୀନ ୱାରେଣ୍ଟ ଜାରି କରିସାରିଛି। ଅଧିକ ତଥ୍ୟ ପାଇଁ ସିବିିଆଇ ରୁଜିରାଙ୍କୁ ସମନ କରିଥିବା ସୂତ୍ରରୁ ଜଣାପଡ଼ିଛି।

ଗତ ଶୁକ୍ରବାର ସିବିଆଇ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ଆଜି ପ୍ରଥମ ଥର କୋଇଲା ଚୋରା ଚାଲାଣ ମାମଲାରେ ପଚରାଉଚରା ପାଇଁ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଛି ସିବିଆଇ । କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ଚାରିଟି ଜିଲ୍ଲାର ୧୩ଟି ସ୍ଥାନରେ ସିବିଆଇ ଶୁକ୍ରବାର ଚଢ଼ାଉ କରିଥିଲା। ପୁରୂଲିଆ, ବାଙ୍କୁରା, ପଶ୍ଚିମ ବର୍ଦ୍ଧମାନ ଏବଂ କୋଲକାତାରେ ସିବିଆଇ ଚଢ଼ାଉ କରିଥିଲା ବୋଲି ଜଣାପଡ଼ିଛି।

टीएमसी नेता अभिषेक बनर्जी को सीबीआई का समन (फोटो-PTI) aajtak

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଦାୟିତ୍ୱରେ ଥିବା ବିଜେପିର କୈଲାଶ ବିଜୟବର୍ଗିୟାଙ୍କୁ ଏ ବିଷୟରେ ପଚରାଯିବା ପରେ ସେ କହିଛନ୍ତି, ସିବିଆଇ ଏକ ସ୍ୱାଧୀନ ଏଜେନ୍ସି। ତାଙ୍କର ପଚରାଉଚରା ଏବଂ ଅନୁସନ୍ଧାନ ବିଷୟରେ ଆମେ କିଛି କହି ପାରିବୁ ନାହିଁ। କୌଣସି ପ୍ରମାଣ ନଥିଲେ, ସିବିଆଇ ଏଭଳି ପଚରାଉଚରା କରିପାରିବ ନାହିଁ। କିଛି ଦୃଢ଼ ପ୍ରମାଣ ଅଛି, ତେଣୁ ସିବିଆଇ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe