କେମ୍ବିଜ ଆନାଲିଟିକା ତଥ୍ୟ ଚୋରୀ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ

Advertisment
ଦ୍ବିତୀୟ ଦିନରେ ସିବିଆଇ ତଦନ୍ତ, ଚିଟ୍‌ଫଣ୍ଡ ଏଜେଣ୍ଟମାନଙ୍କୁ ପଚରାଉଚରା

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ କେମ୍ବିଜ ଆନାଲିଟିକା ତଥ୍ୟ ଚୋରୀ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ ସଂସଦରେ ସୂଚନା ଦେଇ କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ କେମ୍ରିଜ ଆନାଲିଟିକା ଭାରତୀୟଙ୍କ ଡାଟା ଚୋରି କରି ଆଇନର ଉଲ୍ଲଙ୍ଘନ କରିଛି କି ନା ତାହା ସିବିଆଇ ତଦନ୍ତ କରିବ । ଗତ ମାର୍ଚ୍ଚମାସରେ ଜଣାପଡିଥିଲା ଯେ ଫେସବୁକର ଏହି ସହଯୋଗୀ ସଂସ୍ଥା ଫେସବୁକ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରି ଭାରତୀୟ ନିର୍ବାଚନକୁ ପ୍ରଭାବିତ କରିଛି ।
ଏହି କମ୍ପାନିର ପୂର୍ବତନ ଡାଟା ଆନାଲିଷ୍ଟ କ୍ରିଷ୍ଟୋଫର ଓ୍ଵାଇଲି ଏହି ଚୋରୀ ସଂପର୍କରେ ଉଜାଗର କରିଥିଲେ । ସେ କହିଥିଲେ ଯେ ଏହି ସଂସ୍ଥା ଭାରତରେ ମଧ୍ୟ କାମ କରୁଥିଲା । ଭାରତରେ ଏହାର ଗ୍ରାହକ ଥିଲା କଂଗ୍ରେସ । ବ୍ରିଟିଶ ପାର୍ଲିଆମେଣ୍ଟର ହାଉସ ଅଫ କମନ୍ସରେ ହାଜିର ହୋଇ ସେ କହିଥିଲେ ଯେ ଯେକେମ୍ବି୍ରଜ ଆନାଲିଟିକାର ଭାରତରେ ଏକ ଅଫିସ ଥିଲା ଓ କେତେକ କର୍ମଚାରୀ କାମ କରୁଥିଲେ । ଏହି କମ୍ପାନି ପ୍ରାୟ ୫ କୋଟି ଫେସବୁକ ଆକାଉଣ୍ଟରୁ ତଥ୍ୟ ଚୋରୀ କରି ତାହାକୁ ରାଜନୈତିକ ପ୍ରଭାବ ପକାଇବା କାମରେ ବ୍ୟବହାର କରିଥିଲା । କଂଗ୍ରେସ ଏହାର କ୍ଲାଏଣ୍ଟ ଥିବା ସେ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe