ଦିଲ୍ଲୀରେ ପହଞ୍ଚିଲା ମମତା-ସିବିଅ‌ାଇ ଲଢ଼େଇ, ସୁପ୍ରିମ କୋର୍ଟରେ ଶୁଣାଣି ଆଜି

Advertisment

ହଟ୍ଟଗୋଳ ‌ଯୋଗୁଁ ସଂସଦ ଅଚଳ, ରାଜ୍ୟପାଳ ପଠାଇଲେ ରିପୋର୍ଟ, ମମତାଙ୍କୁ ରାଜନାଥଙ୍କ ଚେତାବନୀ

ହଟ୍ଟଗୋଳ ‌ଯୋଗୁଁ ସଂସଦ ଅଚଳ, ରାଜ୍ୟପାଳ ପଠାଇଲେ ରିପୋର୍ଟ, ମମତାଙ୍କୁ ରାଜନାଥଙ୍କ ଚେତାବନୀ

ଦିଲ୍ଲୀରେ ପହଞ୍ଚିଲା ମମତା-ସିବିଅ‌ାଇ ଲଢ଼େଇ, ସୁପ୍ରିମ କୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ/କୋଲକାତା : ଗତକାଲି କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କ ଘରେ ପଶିବା ଲାଗି ସିବିଆଇର ଊଦ୍ୟମ ଏବଂ ଏହାର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧାରଣାକୁ ନେଇ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଥମିବାର ନାମ ଧରୁନାହିଁ। ଏହି ପ୍ରସଙ୍ଗରେ ଆଜି ଦିନତମାମ ରାଜନୈତିକ ବୟାନବାଜି ଜାରି ରହିଥିବାବେଳେ ମାମଲା ସୁପ୍ରିମ କୋର୍ଟରେ ପହଂଚିଛି। ଆସନ୍ତାକାଲି ସର୍ବୋଚ୍ଚ ଅଦାଲତ ଏହି ମାମଲା ଉପରେ ଶୁଣାଣି କରିବେ। ଅନ୍ୟପଟେ ମମତା‌ଙ୍କ ଆଚରଣ ନେଇ କେନ୍ଦ୍ର ସରକାର କ୍ଷୋଭ ପ୍ରକାଶ କରିବା ସହିତ କହିଛନ୍ତି ଯେ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ିଲାଣି। କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଆଜି ରିପୋର୍ଟ ପଠାଇଛନ୍ତି। ଏସବୁ ସତ୍ତ୍ବେ ମମତା ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ‌େସ ଅନିର୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହ ଜାରି ରଖିବେ ବୋଲି ଚେତାବନୀ ଶୁଣାଇଛନ୍ତି।

ଇତିମଧ୍ୟରେ ସିବିଆଇ ଆଜି ସୁପ୍ରିମ୍ କୋର୍ଟର ଦ୍ବାରସ୍ଥ ହୋଇଛି। ଏହାର ତୁରନ୍ତ ଶୁଣାଣି ପାଇଁ ସିବିଆଇ ଅନୁରୋଧ କରିଥିବାବେଳେ ଏହି ମାମଲାରେ ସିବିଆଇ ଆବଶ୍ୟକ ପ୍ରମାଣ ଦାଖଲ କରିପାରି ନାହିଁ। ତେଣୁ ପ୍ରମାଣ ସହିତ ସତ୍ୟପାଠ ଦାଖଲ କରିବା ଲାଗି ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ବାଧୀନଙ୍କ ଖଣ୍ଡପୀଠ କହିଛନ୍ତି। ଶୁଣାଣି ପାଇଁ ହାତରେ କମ୍‌ ସମୟ ରହିଥିବାରୁ ପ୍ରମାଣ ଜରୁରୀ। ଆସନ୍ତାକାଲି ମାମଲାର ଶୁଣାଣି କରାଯିବ। ପ୍ରଧାନ ବିଚାରପତି କହିଥିଲେ ଯେ ଯଦି ପୁଲିସ କମିସନରଙ୍କ ବିରୋଧରେ ଗୋଟିଏ ବି ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯିବ ତା’ହେଲେ କମିସନରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପକ୍ଷରେ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଗଭି କହିଥିଲେ ଯେ ସିବିଆଇର ପ୍ରତ୍ୟେକ ପ୍ରଶ୍ନର ଜବାବ କମିସନର ଲିଖିତ ଭାବେ ଦେଇଛନ୍ତି ଏବଂ ତାଙ୍କ ବିରୋଧରେ କୌଣସି ଏଫ୍‌ଆଇଆର୍‌ ନାହିଁ।

କଲିକତା ହାଇକୋର୍ଟରେ ମଧ୍ୟ ଆଜି ରାଜ୍ୟ ସରକାର ପିଟିସନ ଦାଖଲ କରିଛନ୍ତି। ହାଇକୋର୍ଟଙ୍କ ରୋକ୍ ସତ୍ତ୍ବେ ସିବିଆଇ ବିନା ୱା‌େରଣ୍ଟରେ ପୁଲିସ କମିସନରଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା ବୋଲି ସରକାର କହିଛନ୍ତି। ଆସନ୍ତାକାଲି ମାମଲାର ଶୁଣାଣି ହେବ।

କେବଳ ସୁପ୍ରିମ କୋର୍ଟ ନୁହେଁ ସଂସଦରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସଂସଦର ଉଭୟ ଗୃହରେ ବିରୋଧୀ ଦଳ ସିବିଆଇର ଆଚରଣ ଓ କେନ୍ଦ୍ର ବିରୋଧରେ ନାରାବ‌ାଜି ସହିତ ହଟ୍ଟଗୋଳ କରିଥିଲେ। ଫଳରେ ସଂସଦ ଅଚଳ ହୋଇଯାଇଥିଲା। ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି। ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜାନଥ ସିଂହ ଲୋକସଭ‌ାରେ କହିଛନ୍ତି ଯେ ଗତକାଲି କୋଲକାତାରେ ଯାହା ସବୁ ଘଟିଗଲା, ତାହା ଦୁର୍ଭାଗ୍ୟଜନକ ଓ ଅଭୂତପୂର୍ବ ଥିଲା। ଏଥିରୁ ସୂଚନା ମିଳୁଛି ଯେ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ିଗଲାଣି। ଏ ସଂପର୍କରେ ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଇତିମଧ୍ୟରେ ରିପୋର୍ଟ ଦେଇ ସାରିଛନ୍ତି। ତେବେ ରିପୋର୍ଟରେ କ’ଣ ରହିଛି ତାହା ଜଣାପଡ଼ି ନାହିଁ।

ତେଣେ ଧାରଣାରେ ବସିଥିବା ମମତା ବାନାର୍ଜୀ କହିଛନ୍ତି ଯେ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ଏହି ଧାରଣା ଦେଉଛନ୍ତି ଏବଂ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଚାପରେ ନଇଁବାର ପ୍ରଶ୍ନ ଉଠୁନାହିଁ। ତାଙ୍କର ଏହି ଧାରଣା ଅନିର୍ଦିଷ୍ଟ କାଳ ପାଇଁ ଚାଲିବ। ଇତିମଧ୍ୟରେ ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ ଡି‌ଏମକେ ‌େନତ୍ରୀ କାନିମୋଝି ଆଜି ଧାରଣାସ୍ଥଳକୁ ଯାଇ ମମତାଙ୍କୁ ସମର୍ଥନ ଜଣାଇଛନ୍ତି।

ତୃଣମୂଳ କଂଗ୍ରେସ କର୍ମୀମାନେ ଆଜି କେନ୍ଦ୍ର ସରକାର ଓ ସିବିଆଇ ବିରୋଧରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ହୁଗୁଳି, ହାୱଡ଼ା, ବାଙ୍କୁରା, ପୁରୁଲିଆ, ବୀରଭୂମ୍‌ ଏବଂ ଉତ୍ତର ୨୪ ପ୍ରଗଣାରେ ଜୋର୍‌ଦାର ପ୍ରତିବାଦ କାର୍ଯ୍ୟକ୍ରମ ସହ କେତେକ ସ୍ଥାନରେ ବିଜେପି କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe