କୋଲାକାତା ମାମଲାର ତଦନ୍ତ କରିବେ ହାଥ୍ରାସ୍ ଓ ଉନ୍ନାଓ ଭଳି ମାମଲାର ଦାୟିତ୍ବ ନେଇଥିବା ମହିଳା ଅଧିକାରୀ

Advertisment
କୋଲାକାତା ମାମଲାର ତଦନ୍ତ କରିବେ ହାଥ୍ରାସ୍ ଓ ଉନ୍ନାଓ ଭଳି ମାମଲାର ଦାୟିତ୍ବ ନେଇଥିବା ମହିଳା ଅଧିକାରୀ

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)ର ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କୁ କୋଲକାତା ଟ୍ରେନି ଡାକ୍ତରଙ୍କ ହତ୍ୟା ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ସମ୍ପତ୍‌ ମୀନା ହେଉଛନ୍ତି ସିଏ; ଯିଏ ୨୦୨୦ ମସିହା ହାଥ୍ରାସ୍ ଦୁଷ୍କର୍ମ-ହତ୍ୟା ଏବଂ ୨୦୧୭ ମସିହାର ଉନ୍ନାଓ ଦୁଷ୍କର୍ମ ମାମଲା ଭଳି ଉଚ୍ଚ-ପ୍ରୋଫାଇଲ୍ ମାମଲାର ନେତୃତ୍ୱ ନେଇଛନ୍ତି।

ହାଥ୍ରାସ ମାମଲାରେ ତଦନ୍ତକାରୀ ଦଳର ଅତିରିକ୍ତ ପୁଲିସ ଅଧୀକ୍ଷକ ସୀମା ପାହୁଜା ମଧ୍ୟ ଥିଲେ। ୧୯୯୪ ମସିହା ବ୍ୟାଚର ଆଇପିଏସ୍ ଅଧିକାରୀ ମୀନା, ୨୫ ଜଣିଆ ସିବିଆଇ ଦଳର ଦାୟିତ୍ୱରେ ଅଛନ୍ତି। ଯେଉଁ ଦଳ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଛି। ଯାହାକି ଦେଶବ୍ୟାପୀ ଆକ୍ରୋଶର କାରଣ ହୋଇଛି।

୨୦୦୭ ରୁ ୨୦୧୮ ମଧ୍ୟରେ ଉତ୍କୃଷ୍ଟ ତଦନ୍ତ ପାଇଁ ଦୁଇଥର ସ୍ୱର୍ଣ୍ଣ ପଦକ ପାଇଥିବା ଏଏସ୍‌ପି ସୀମା ପାହୁଜାଙ୍କ ଦ୍ବାରା ଗ୍ରାଉଣ୍ଡ ଲେଭଲ୍ ଅନୁସନ୍ଧାନ କରାଯିବ। ପରିବାରର ଦାୟିତ୍ବ ହେତୁ ଥରେ ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଥିବା ଅଧିକାରୀଙ୍କୁ ସିବିଆଇ ନିର୍ଦ୍ଦେଶକ ତତ୍କାଳୀନ ସମୟରେ ଅବସର ନନେବାକୁ ପରାମର୍ଶ ଦେଇଥିଲେ।

କିଛି ବର୍ଷ ପୂର୍ବେ, ହିମାଚଳ ପ୍ରଦେଶରେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପାହୁଜା ଜଣକୁ ଦୋଷୀ ସାବ୍ୟସ୍ତ କରିଥିଲେ; ଯେଉଁ ମାମଲାର ତଦନ୍ତ ଖୁବ୍ କଠିନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe