ଆସନ୍ତାକାଲି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍(ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ। ସିବିଏସ୍‌ଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାର ଥିଲା ମାତ୍ର ତାହା ବୁଧବାର ପ୍ରକାଶ ପାଇବ ବୋଲି ସୂଚନା ରହିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ ଟୁଇଟ କରି ଏହି  ସୂଚନା ଦେଇଛନ୍ତି ।

ଗତକାଲି ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇସାରିଛି। ପୂର୍ବଭଳି ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନେ ସେମାନଙ୍କ ଫଳାଫଳ cbseresults.nic.in, cbse.nic.in and results.nic.in. ୱେବ୍‌ ସାଇଟ୍‌ରେ ଦେଖିପାରିବେ।

publive-image Hindustantimes

ଚଳିତ ବର୍ଷ ୧୮ ଲକ୍ଷ ପରୀକ୍ଷାର୍ଥୀ ସିବିଏସ୍‌ଇ ଦଶମ ପରୀକ୍ଷା ଦେଇଛନ୍ତି।  କୋଭିଡ ୧୯ ମହାମାରୀ ବ୍ୟାପିବା ପୂର୍ବରୁ ସିବିଏସଇର କିଛି ପରୀକ୍ଷା ହୋଇଥିବା ବେଳେ ଶେଷ ଆଡ଼କୁ କିଛି ବିଷୟ ସ୍ଥଗିତ ହୋଇଥିଲା । ପରବର୍ତୀ ସମୟରେ ଜୁଲାଇ ୧ରୁ ୧୫ ଭିତରେ ବଳକା ବିଷୟ ପରୀକ୍ଷା ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ପରେ ତାହା ବନ୍ଦ ହୋଇଥିଲା। ପରବର୍ତ୍ତୀ ସମୟରେ  ପିଲାଙ୍କ ପରୀକ୍ଷା ହୋଇଥିବା ବିଷୟରୁ ସର୍ବାଧିକ ମାର୍କକୁ ଲକ୍ଷ୍ୟ କରି ସେମାନଙ୍କ ଅନ୍ୟ ବିଷୟଗୁଡିକର ମାର୍କ ଦିଆଯିବାକୁ ସ୍ଥିର ହୋଇଥିଲା । ବର୍ତ୍ତମାନ ଏହି ନିଷ୍ପତ୍ତି ଭିତ୍ତିରେ ମୂଲ୍ୟାଙ୍କନ କରାଯାଇ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe