ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷାଫଳ: ପାସ୍ ହାର ୯୯.୩୭ ପ୍ରତିଶତ

Advertisment
ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷାଫଳ: ପାସ୍ ହାର ୯୯.୩୭ ପ୍ରତିଶତ

Firstpost.com

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍ ହାର ରହିଛି ୯୯ ଦଶମିକ ୩୭। ଏ ବର୍ଷ୯୯.୬୭ ପ୍ରତିଶତ ଛାତ୍ରୀ ଏବଂ ୯୯.୧୩ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ପୁଅଙ୍କ ତୁଳନାରେ ୦.୫୪ ପ୍ରତିଶତ ଛାତ୍ରୀ ଆଗୁଆ ଅଛନ୍ତି । ସିବିଏସଇ ଦ୍ୱାଦଶରେ ମୋଟ୍ ୧୩ ଲକ୍ଷ ୪ ହଜରେ ୫୬୧ ଛାତ୍ରଛାତ୍ରୀ ପାସ୍ ।

ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଜାରି କରିବା ପୂର୍ବରୁ ଉଭୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଲ ନଂ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ରୋଲ ନଂ ଅନଲାଇନରେ ଡାଉନଲୋଡ କରିପାରିବେ। ଏହି ରୋଲ ନମ୍ବରକୁ ଆଧାର କରି ସେମାନେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରାଯିବା ପରେ ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇଛି। ଗଠିତ ପ୍ୟାନେଲର ମୂଲ୍ୟାଙ୍କନ ନୀତି ମୁତାବକ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୦ମ ଶ୍ରେଣୀ ଥିଓରିରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ଅବଧି ପରୀକ୍ଷାରୁ ପ୍ରାପ୍ତ ମାର୍କରୁ ୪୦ ପ୍ରତିଶତ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe