ସିବିଏସ୍‌ଇ, ଜେଇଇ ପରୀକ୍ଷା ସ୍ଥଗିତ

Advertisment
ଫର୍ମ ପୂରଣ କରି ପିଲା ପରୀକ୍ଷା ନ ଦେବା ଘଟଣା, ପିଲାଙ୍କ ଅନୁପସ୍ଥିତି ‌ନେଇ ବିଇଓମାନଙ୍କୁ ରିପୋର୍ଟ ମାଗିଲେ ଡିଇଓ!

Firstpost

ନୂଆଦିଲ୍ଲୀ : କରୋନା ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସ୍‌ଇ ପରୀକ୍ଷାକୁ ପୁନର୍ବାର ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍‌ଇ ପକ୍ଷରୁ ଚାଲିଥିବା ଦଶମ ଏବଂ ଏକାଦଶ ପରୀକ୍ଷାକୁ ମାର୍ଚ୍ଚ ପରଠାରୁ ପୁନର୍ବାର ଧାର୍ଯ୍ୟ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୩୧ ପରେ ପରୀକ୍ଷାକୁ ଆଉ ଥରେ ନୂଆକରି ଧାର୍ଯ୍ୟ କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଏପ୍ରିଲ ୫, ୭, ୯ ଓ ୧୧ ତାରିଖରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂର୍ବ ନିର୍ଦ୍ଧାରିତ ତାରିଖ ବଦଳରେ ପୁନର୍ବାର ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯିବ। ଏ ନେଇ ମାର୍ଚ୍ଚ ୩୧ରେ ଘୋଷଣା କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe