ବର୍ଷକୁ ୨ ଥର ହେବ ସିବିଏସଇ ୧୦ମ ବୋର୍ଡ ପରୀକ୍ଷା

ସିବିଏସ୍ଇ ବୋର୍ଡ ଏବେ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରିବ। ଏହି ନିୟମ ୨୦୨୬ରୁ ଲାଗୁ ହେବ। ବୋର୍ଡ ମଙ୍ଗଳବାର ଏ ସଂକ୍ରାନ୍ତ ଡ୍ରାଫ୍ଟକୁ ଅନୁମୋଦନ କରିଛି।

cbse

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ଏବେ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରିବ। ଏହି ନିୟମ ୨୦୨୬ରୁ ଲାଗୁ ହେବ। ବୋର୍ଡ ମଙ୍ଗଳବାର ଏ ସଂକ୍ରାନ୍ତ ଡ୍ରାଫ୍ଟକୁ ଅନୁମୋଦନ କରିଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି-ମାର୍ଚ୍ଚରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ମେ' ମାସରେ ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସିବିଏସ୍ଇର ସୂଚନା ଅନୁଯାୟୀ ବର୍ଷକୁ ଦୁଇଥର ହେବାକୁ ଥିବା ଦଶମ ଶ୍ରେଣୀ  ବୋର୍ଡ ପରୀକ୍ଷା ସମ୍ପୂର୍ଣ୍ଣ ସିଲାବସ ଉପରେ ଆଧାରିତ ହେବ। ତେବେ ସମ୍ପୃକ୍ତ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ବା ଆଭ୍ୟନ୍ତରୀଣ ମୂଲ୍ୟାୟନ କେବଳ ଥରେ ହେବ। ଉଲ୍ଲେଖଯୋଗ୍ୟ, ଉଭୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସମାନ କେନ୍ଦ୍ର ଆବଣ୍ଟନ କରାଯିବ। ଏହା ବଦଳରେ ଛାତ୍ରଛାତ୍ରୀଙ୍କୁ ଅଧିକ ପରୀକ୍ଷା ଫି' ଦେବାକୁ ପଡ଼ିବ।

ସିବିଏସ୍ଇର ସୂଚନା ଅନୁଯାୟୀ ବର୍ଷକୁ ଦୁଇଥର ହେବାକୁ ଥିବା ଦଶମ ଶ୍ରେଣୀ  ବୋର୍ଡ ପରୀକ୍ଷା ସମ୍ପୂର୍ଣ୍ଣ ସିଲାବସ ଉପରେ ଆଧାରିତ ହେବ। ତେବେ ସମ୍ପୃକ୍ତ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ବା ଆଭ୍ୟନ୍ତରୀଣ ମୂଲ୍ୟାୟନ କେବଳ ଥରେ ହେବ।

ବର୍ଷକୁ ଦୁଇଥର ପରୀକ୍ଷା କରିବାକୁ ସିବିଏସ୍ଇ ଘୋଷଣା କରିବାପରେ ଛାତ୍ରଛାତ୍ରୀମାନେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ପରି ଥରେ କିମ୍ବା ଦୁଇଥର ଦେବାକୁ ଚାହୁଁଛନ୍ତି କି ନାହିଁ ତାହା ଚୟନ କରିବାର ବିକଳ୍ପ ରହିବ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାୟୀ, ଛାତ୍ରଛାତ୍ରୀମାନେ କିପରି ପରୀକ୍ଷା ଦେବେ ତାହା ସ୍ଥିର କରିବାର ଅଧିକାର ରହିବ। ଯଦି ଛାତ୍ରଛାତ୍ରୀ ଦୁଇଥର ପରୀକ୍ଷା ଦିଅନ୍ତି, ତେବେ କେବଳ ସେମାନଙ୍କର ଶ୍ରେଷ୍ଠ ସ୍କୋରକୁ ବିଚାରକୁ ନିଆଯିବ। ସିବିଏସଇ ଦ୍ୱାରା ପ୍ରସ୍ତୁତ ଡ୍ରାଫ୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବୃଆରୀ ୧୭ରୁ ମାର୍ଚ୍ଚ ୬ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ ୫ରୁ ମେ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe