‘ସିବିଏସ୍‌ଇ’ ଦ୍ବାଦଶ ବ‌ୋର୍ଡ ପରୀକ୍ଷା: ଜୁନ୍‌ ୩ ପର୍ଯ୍ୟନ୍ତ ସ୍ଥଗିତ ରହିଲା ସୁପ୍ରିମ୍‌ କୋର୍ଟଙ୍କ ଶୁଣାଣି, ଦୁଇ ଦିନରେ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର

Advertisment
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ: ଜୁଲାଇ ୩୧ରେ ପାସ୍‌, ମାସେ ପରେ ଫେଲ୍‌

Image Courtesy of India Today

ନୂଆଦିଲ୍ଲୀ: ‘ସିବିଏସ୍‌ଇ’ର ୨୦୨୧ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ କରାଯିବା ସଂକ୍ରାନ୍ତରେ ଆଜି ପାଇଁ ନିର୍ଦ୍ଧାରିତ ହୋଇଥିବା ଦିନକୁ ସୁପ୍ରିମ୍‌ କୋର୍ଟ ଜୁନ୍‌ ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅବିଳମ୍ବେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସୂଚନା ପାଇବା ପରେ ସୁପ୍ରିମ୍‌ କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଦୁଇ ଦିନ ମଧ୍ୟରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବିଷୟରେ ସିଦ୍ଧାନ୍ତ ନିଆଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏଥିପାଇଁ ଗୁରୁବାର ପର୍ଯ୍ୟନ୍ତ ସମୟ ମାଗି ତା’ପରେ ଶୁଣାଣି ତାରିଖ ଧାର୍ଯ୍ୟ କରିବା ଲାଗି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

publive-image Image Courtesy of India Today

ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ‘ସିବିଏସ୍‌ଇ’ ଏବଂ ‘ଆଇସିଏସ୍‌ଇ’ ଦ୍ବାଦଶ‌ ଶ୍ରେଣୀ ପରୀକ୍ଷା ବାତିଲ ସଂକ୍ରାନ୍ତ ସରକାରଙ୍କ ନିଷ୍ପତ୍ତି ଜାଣିବା ପରେ ଜୁନ୍‌ ୩ ତାରିଖ ଗୁରୁବାର ଦିନ ପୁନଶ୍ଚ ଶୁଣାଣି ଆରମ୍ଭ କରାଯିବ। ସୂଚନାଯୋଗ୍ୟ କି, ଜୁଲାଇ ମାସରେ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା କରାଇବାକୁ ସରାକାର ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ମହାମାରୀ ସମୟରେ ବୋର୍ଡ ପରୀକ୍ଷା କରାଇବା ବିଷୟରେ ମେ ୨୩ ତାରିଖ ଦିନ ରାଜ୍ୟ ଶିକ୍ଷା ସଚିବ ଏବଂ କେନ୍ଦ୍ର ମନ୍ତ୍ରୀମାନଙ୍କ ମଧ୍ୟରେ ବୈଠକ ଆରମ୍ଭ ହେବା ଦିନରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆସୁଛନ୍ତି।

ଏ ବର୍ଷ ପରୀକ୍ଷା ନ କରାଇ ସରକାର ବିକଳ୍ପ ମୂଲ୍ୟାୟନ ପଦ୍ଧତି ଏବଂ ସଂକ୍ଷିପ୍ତ ପ୍ରଶ୍ନ ପଦ୍ଧତି ଅବଲମ୍ବନ କରିବା ଲାଗି ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ଆଡ୍‌ଭୋକେଟ୍‌ ମମତା ଶର୍ମା ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe